ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂସଦରେ ଶ୍ରମ ସଂଶୋଧନ ବିଲ୍ ଗୃହୀତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା;
କହିଲେ, ଏଭଳି ଶ୍ରମ ସଂସ୍କାର ଦ୍ୱାରା ଶ୍ରମିକମାନଙ୍କ କଲ୍ୟାଣ
ସହ ଅର୍ଥନୀତିକୁ ଶକ୍ତି ପ୍ରଦାନ କରିବ
Posted On:
23 SEP 2020 8:57PM by PIB Bhubaneshwar
ଆଜି ସଂସଦରେ ଶ୍ରମ ସଂଶୋଧନ ବିଲ୍ ଗୃହୀତ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି ।
ଏ ସଂପର୍କରେ ଅନେକ ଗୁଡ଼ିଏ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରମ ଆଇନରେ ଏଭଳି ସଂସ୍କାର ଅନେକ ଦିନୁ ଆବଶ୍ୟକ ପଡ଼ୁଥିଲା ଏବଂ ତାହା ଏବେ ସଂସଦରେ ଗୃହୀତ ହୋଇଛି । ଏହି ସଂସ୍କାର ଦ୍ୱାରା ଶିଳ୍ପ ଶ୍ରମିକମାନଙ୍କ କଲ୍ୟାଣ ଓ ସମୃଦ୍ଧି ସୁନିଶ୍ଚିତ ହୋଇପାରିବ ଏବଂ ଏହା ଦେଶର ଆର୍ଥିକ ବିକାଶ ଧାରାକୁ ମଧ୍ୟ ଶକ୍ତି ଯୋଗାଇବ । ଏହା “ସର୍ବନିମ୍ନ ସରକାର, ସର୍ବାଧିକ ସୁଶାସନ”ର ଉଜ୍ଜ୍ୱଳ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନୂତନ ଶ୍ରମ ଆଇନରେ ସାର୍ବଜନୀନ ସର୍ବନିମ୍ନ ଏବଂ ସମୟୋଚିତ ମଜୁରି ପ୍ରଦାନକୁ ସୁନିଶ୍ଚିତ କରାଯାଇଛି ଏବଂ ଏଥିରେ ଶ୍ରମିକମାନଙ୍କ ନିମନ୍ତେ କର୍ମସ୍ଥଳୀରେ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ଅଗ୍ରାଧିକାର ପ୍ରଦାନ କରାଯାଇଛି । ଏହି ସଂସ୍କାର ଦ୍ୱାରା ଦେଶରେ ଏକ ଉତ୍ତମ କାର୍ଯ୍ୟ ବାତାବରଣ ସୃଷ୍ଟି ହେବ ଯାହାକି ଆର୍ଥିକ ବିକାଶ ଧାରାକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରମ ଆଇନରେ ସଂସ୍କାର ଅଣାଯିବା ଦ୍ୱାର ଏହା “ଇଜ୍ ଅଫ୍ ଡୁଇଂ ବିଜିନେସ”କୁ ସୁନିଶ୍ଚିତ କରିବ । ଏହା ଏକ ଭବିଷ୍ୟାକାଂକ୍ଷୀ ଆଇନ ଯାହା ଉଦ୍ୟୋଗୀମାନଙ୍କୁ ମଧ୍ୟ ସଶକ୍ତ କରିବାରେ ସହାୟକ ହେବ । ଏହି ଆଇନ ଦ୍ୱାରା ସେମାନଙ୍କୁ ଅନୁପାଳନ ଦାୟିତ୍ୱ କମାଇବ ଓ ‘ଇନ୍ସପେକ୍ଟର ରାଜ’ ମଧ୍ୟ ହ୍ରାସ ପାଇବ । ଶ୍ରମ ସଂସ୍କାରରେ ଉଭୟ ଶ୍ରମିକ ଏବଂ ଶିଳ୍ପସଂସ୍ଥାମାନଙ୍କ ସକାଶେ ପ୍ରଯୁକ୍ତିର ଶକ୍ତିକୁ ଅଧିକରୁ ଅଧିକ ମାତ୍ରାରେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି ।
**********
(Release ID: 1658772)
Visitor Counter : 186
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam