ନିର୍ବାଚନ ଆୟୋଗ
ଶରଦ ପାୱାରଙ୍କୁ ଆୟକର ନୋଟିସ ଜାରି ପାଇଁ ସିବିଡିଟିକୁ ଭାରତୀୟ ନିର୍ବାଚନ ଆୟୋଗ ତରଫରୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ
Posted On:
23 SEP 2020 11:22AM by PIB Bhubaneshwar
ସଂସଦ ସଦସ୍ୟ ଶ୍ରୀ ଶରଦ ପାୱାରଙ୍କୁ ଆୟକର ତରଫରୁ ନୋଟିସ ଜାରି କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହା କରାଯାଇଛି ବୋଲି ମଧ୍ୟ ଖବର ପ୍ରକାଶିତ ହୋଇଛି ।
ଭାରତୀୟ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)କୁ ଏସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଦିଆଯାଇନଥିବା ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
*********
(Release ID: 1658365)
Visitor Counter : 123