ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ଭିୱାଣ୍ଡିରେ କୋଠା ଭୁଶୁଡ଼ି ଘଟଣାରେ ଜୀବନ ହାନି ନେଇ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2020 10:57AM by PIB Bhubaneswar

ମହାରାଷ୍ଟ୍ରର ଭିୱାଣ୍ଡି କୋଠା ଭୁଶୁଡ଼ି ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, ‘ମହାରାଷ୍ଟ୍ରର ଭିୱାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣାରେ ଦୁଃଖିତ । ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି । ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।’

 

**********


(ରିଲିଜ ଆଡି: 1657475) ପରିଦର୍ଶକ କାଉଣ୍ଟର : 239