ରେଳ ମନ୍ତ୍ରଣାଳୟ

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସେପ୍ଟେମ୍ବର 18, 2020 ସୁଦ୍ଧା 9 ଲକ୍ଷ 79 ହଜାର କର୍ମଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ

● ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି 6ଟି ରାଜ୍ୟରେ ସୃଷ୍ଟି ହୋଇଛି ଏହି କର୍ମଦିବସ
● ନିଜେ ରେଳ ମନ୍ତ୍ରୀ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ସୃଷ୍ଟ ନିଯୁକ୍ତି ସୁଯୋଗ ନୀରିକ୍ଷଣ କରୁଛନ୍ତି
● ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଠିକାଦାରମାନଙ୍କୁ ସେପ୍ଟେମ୍ବର 18, 2020 ସୁଦ୍ଧା 2056.97 କୋଟି ଟଙ୍କା ପ୍ରଦାନ କରାଯାଇଛି
● 6ଟି ରାଜ୍ୟର 116ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ ହୋଇଛି
● ଏହି ରାଜ୍ୟଗୁଡିକରେ 164 ରେଳ ଭିତ୍ତିଭୂମି ପ୍ରକଳ୍ପ କାମ ଚାଲିଛି

Posted On: 20 SEP 2020 9:33AM by PIB Bhubaneshwar

ଭାରତୀୟ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ 6ଟି ରାଜ୍ୟ ଯଥା- ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଉତ୍ତରପ୍ରଦେଶରେ ସେପ୍ଟେମ୍ବର 18, 2020 ସୁଦ୍ଧା 9,79,557 କର୍ମଦିବସ ସୃଷ୍ଟି କରିଛି

ରେଳ ତଥା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ତଥା ଏହି ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସୃଷ୍ଟ ନିଯୁକ୍ତି ସୁଯୋଗ ଉପରେ ନଜର ରଖିଛନ୍ତି ଏହି ରାଜ୍ୟଗୁଡିକରେ ପ୍ରାୟ 164 ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି

ସେପ୍ଟେମ୍ବର 18, 2020 ପର୍ଯ୍ୟନ୍ତ ଏହି ଅଭିଯାନରେ 12,276 ଶ୍ରମିକ କର୍ମନିଯୁକ୍ତି ପାଇଛନ୍ତି ପ୍ରକଳ୍ପ କାମ ପାଇଁ ଠିକାଦାରମାନଙ୍କୁ 2056.97 କୋଟି ଟଙ୍କା ପ୍ରଦାନ କରାଯାଇଛି

ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ସମନ୍ୱୟ ରଖିବା ପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି

ରେଳବାଇ ପକ୍ଷରୁ ଅନେକଗୁଡିଏ କାମ ଏହି ଯୋଜନାରେ କରିବାକୁ ଚିହ୍ନଟ କରାଯାଇଛି ଯଥା (1) ଲେଭଲ କ୍ରସିଂ ଆପ୍ରୋଚ ରୋଡ ନିର୍ମାଣ ମରାମତି (2) ଟ୍ରାକ ପାଖରେ ଥିବା ପଙ୍କୁଆ ଜଳଉତ୍ସ, ଖାଲୁଆ ସ୍ଥାନ ଡ୍ରେନର ସଫେଇ ତଥା ଉନ୍ନତିକରଣ (3) ରେଳ ଷ୍ଟେସନ ଆପ୍ରୋଚ ରୋଡ ନିର୍ମାଣ ମରାମତି (4) ରେଳବାଇ ତଟବନ୍ଧ/କଟିଂ ମରାମତି ପ୍ରଶସ୍ତିକରଣ (5) ରେଳବାଇ ଜମି ଶେଷ ସୀମାରେ ବୃକ୍ଷରୋପଣ (6) ପୁରୁଣା ତଟବନ୍ଧ/କଟିଂ/ ପୋଲର ସଂରକ୍ଷଣ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 20, 2020ରେ କୋଭିଡ-19 ଯୋଗୁଁ ପ୍ରଭାବିତ ହୋଇ ସହର/ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଜୀବିକା ପ୍ରଦାନ ତଥା ସଶକ୍ତିକରଣ ପାଇଁ ବିଶାଳ ନିଯୁକ୍ତି ଗ୍ରାମୀଣ ସାର୍ବଜନୀନ ନିର୍ମାଣ ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ପାଇଁ 50 ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି

ଏହି 125 ଦିନିଆ ଅଭିଯାନକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି ଏଥିରେ 6ଟି ରାଜ୍ୟର 116ଟି ଜିଲ୍ଲାରେ 25 ପ୍ରକାର କାମ ସାମିଲ ରହିଛି ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଉତ୍ତରପ୍ରଦେଶକୁ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଅନେକ ସାର୍ବଜନୀନ କାମ ସମ୍ପାଦିତ ହେଉଛି ଏହି କାମଗୁଡିକ ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ

      

ଏହି ଅଭିଯାନ 12ଟି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ମିଳିତ ଉଦ୍ୟମରେ ସମ୍ପାଦିତ ହେଉଛି ସେଗୁଡିକ ହେଲା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ରାଜପଥ, ଖଣି, ପିଇବା ପାଣି ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଟେଲିକମ କୃଷି 25ଟି ସାର୍ବଜନୀନ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ଜୀବିକା ସୁଯୋଗ ବୃଦ୍ଧି ପାଇଁ ପ୍ରୟାସ ହେଉଛି

 

**********

     

 

 



(Release ID: 1657009) Visitor Counter : 167