ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁଟାନ ରାଜାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2020 11:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ଭୁଟାନ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ସହ କଥା ହୋଇଛନ୍ତି

ପ୍ରଧାନମନ୍ତ୍ରୀଙ୍କ 70ତମ ଜନ୍ମଦିନ ଅବସରରେ ମହାମହିମ ମହାରାଜା ତାଙ୍କୁ ଶୁଭେଚ୍ଛା ଜଣାଥିଲେ। ପ୍ରଧାନମନ୍ତ୍ରୀ କୃତଜ୍ଞତାର ସହ ଅଭିବାଦନ ଗ୍ରହଣ କରିବା ସହ ଭୁଟାନର ପୂର୍ବତନ ରାଜା ତଥା ଭୁଟାନ ରାଜପରିବାରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବିଶ୍ୱାସ ଏବଂ ସ୍ନେହର ଅନନ୍ୟ ସମ୍ପର୍କ ବିଷୟରେ ନେତାମାନେ କଥା ହୋଇଥିଲେ ଯାହା ଭାରତ ଏବଂ ଭୁଟାନକୁ ପଡ଼ୋଶୀ ଏବଂ ବନ୍ଧୁ ଭାବରେ ବାନ୍ଧି ରଖିଛି ଏହି ବିଶେଷ ବନ୍ଧୁତ୍ୱ ପ୍ରତିପୋଷଣରେ ଭୁଟାନର ରାଜା ଯେଉଁ ଭୂମିକା ଗ୍ରହଣ କରିଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ

ଭୁଟାନ ରାଜତନ୍ତ୍ରରେ କୋଭିଡ-19 ମହାମାରୀପ୍ରଭାବଶାଳୀ ପରିଚାଳନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଦିଗରେ ଭୁଟାନକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ମହାମହିମ ରାଜାଙ୍କୁ ପ୍ରତିଶ୍ରୁତି ଦେଇଥିଲେ

ଆପୋସ ସହମତିକ୍ରମେ ସୁବିଧାଜନକ ଦିନରେ ମହାରାଜା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭାରତରେ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଥିବା ନିଜର ଆଗ୍ରହ ପ୍ରକାଶ କରିଥିଲେ।

 

**********


(ରିଲିଜ ଆଡି: 1656603) ପରିଦର୍ଶକ କାଉଣ୍ଟର : 257