ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ସହଯୋଗ ନେଇ ଭାରତ ଓ ଆମେରିକା ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳୀର ଭର୍ଚୁଆଲ ଆଲୋଚନା

Posted On: 16 SEP 2020 10:38AM by PIB Bhubaneshwar

ସେପ୍ଟେମ୍ବର 15, 2020ରେ 10ମ ପ୍ରତିରକ୍ଷା ପ୍ରଯୁକ୍ତି ବାଣିଜ୍ୟିକ ଉପକ୍ରମ (ଡିଟିଟିଆଇ) ଗୋଷ୍ଠୀର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି ଭାରତ ପକ୍ଷରୁ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଆମେରିକା ତରଫରୁ ଅଣ୍ଡର ସେକ୍ରେଟାରୀ ଅଫ ଡିଫେନ୍ସ ଫର ଏକ୍ସିଜିବିସନ ଆଣ୍ଡ ସଷ୍ଟେନମେଂଟ ଏଲେନ ଏମ ଲର୍ଡ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ବର୍ଷକୁ ଦୁଇ ଥର ପର୍ଯ୍ୟାୟ କ୍ରମେ ଭାରତ ଆମେରିକାରେ ଡିଟିଟିଆଇ ଗୋଷ୍ଠୀ ସମୂହ ବୈଠକ ଆୟୋଜିତ ହୋଇଥାଏ ତେବେ କୋଭିଡ ମହାମାରୀ ଯୋଗୁଁ ଏଥରର ବୈଠକ ଭିଟିସି ମାଧ୍ୟମରେ ଆୟୋଜିତ ହୋଇଥିଲା

ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟିକ ସମ୍ପର୍କ ପ୍ରତି ନେତୃବୃନ୍ଦଙ୍କ ଧ୍ୟାନ ଆକର୍ଷଣ ପ୍ରତିରକ୍ଷା ଉପକରଣଗୁଡିକର ମିଳିତ ଉତ୍ପାଦନ ତଥା ବିକାଶ ସୁଯୋଗ ସୃଷ୍ଟି କରିବା ଡିଟିଟିଆଇ ସମୂହର ଉଦ୍ଦେଶ୍ୟ ସ୍ଥଳ, ନୌସେନା, ବାୟୁ ବିମାନ ବାହକ ପ୍ରଯୁକ୍ତି କ୍ଷେତ୍ରରେ ପାରସ୍ପରିକ ସହମତିରେ ପ୍ରକଳ୍ପ ପ୍ରୋତ୍ସାହନ ପାଇଁ ଚାରିଟି ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯାଇଛି ବର୍ତ୍ତମାନର କାମ ଅବଧି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ସାରିବା ପାଇଁ ଗୋଷ୍ଠୀଗୁଡିକ ସହ- ଅଧ୍ୟକ୍ଷମାନଙ୍କୁ ଜଣାଇଥିଲେ ଡିଟିଟିଆଇର ସଫଳତା ପାଇଁ ପ୍ରତିବଦ୍ଧତାର ସାକ୍ଷ୍ୟ ଭାବେ ସହ-ଅଧ୍ୟକ୍ଷମାନେ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ (ଏସଓଆଇ)ରେ ହସ୍ତାକ୍ଷର କରିଥିଲେ ବହୁ ଗୁରୁତ୍ୱପୂର୍ଣ୍ଣ ଡିଟିଟିଆଇ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଯୋଜନା ଉଲ୍ଲେଖନୀୟ ପ୍ରଗତି ଦ୍ୱାରା ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ ନେଇ ଆଲୋଚନା ଦୃଢୀଭୂତ କରିବା ପାଇଁ ଏସଓଆଇ ସ୍ୱାକ୍ଷର ହୋଇଛି

ଅକ୍ଟୋବର 2019ରେ ଆୟୋଜିତ ଡିଟିଟିଆଇ ଗୋଷ୍ଠୀ ବୈଠକ ପରଠାରୁ ଡିଟିଟିଆଇ ଅନ୍ତର୍ଗତ ସହଯୋଗୀ ପ୍ରକଳ୍ପ ଚିହ୍ନଟ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ପୂରଣ ହୋଇଥିବାରୁ ସହ-ଅଧ୍ୟକ୍ଷମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏସଓପି ଡିଟିଟିଆଇ ପାଇଁ ଢାଂଚା ଭାବେ କାମ କରିବ ଏହା ଦୁଇ ପକ୍ଷର ସଫଳତା ବଖାଣିବା ସହ ଆପୋଷ ବୁଝାମଣା ମାଧ୍ୟମରେ କାର୍ଯ୍ୟକ୍ରମ ହେବ ସାର୍ବଜନୀନ ଭାବେ ଜାରି ଏସଓପିର ମୁଖ୍ୟାଂଶ ଜୁଲାଇରେ ଡିଟିଟିଆଇ ପ୍ରାରମ୍ଭିକ ଶିଳ୍ପ ମାର୍ଗଦର୍ଶନ ଭାବେ ପ୍ରକାଶିତ ହୋଇଥିଲା ଏହାକୁ ଭାରତୀୟ ଆମେରିକୀୟ ଉଦ୍ୟୋଗ ସଂଘ ମାଧ୍ୟମରେ ବଂଟନ କରାଯାଇଥିଲା

ଡିଟିଟିଆଇ ଗୋଷ୍ଠୀ ଅନ୍ତର୍ଗତ ଭାରତୀୟ ଆମେରିକୀୟ ଉଦ୍ୟୋଗକୁ ମିଳିତ ଭାବେ ଆଗାମୀ ପୀଢିର ପ୍ରଯୁକ୍ତି ବିକଶିତ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଭର୍ଚୁଆଲ ଭାବେ ସେପ୍ଟେମ୍ବର 10, 2020ରେ ଆୟୋଜିତ ପ୍ରଥମ ଡିଟିଟିଆଇ ଶିଳ୍ପ ସହଯୋଗ ମଞ୍ଚ (ଡିଆଇସିଏଫ)ରେ ଆଲୋକପାତ କରାଯାଇଥିଲା ଡିଆଇସିଏଫର ଆୟୋଜକ ଯୁଗ୍ମ ସଚିବ (ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ) ସଞ୍ଜୟ ଜାଜୁ, ନିର୍ଦ୍ଦେଶକ (ଅନ୍ତରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ସହଯୋଗ) ମାଇକେଲ ଭ୍ୟାକାରୋ ନିର୍ଦ୍ଦେଶକ (ଲଘୁ ଉଦ୍ୟୋଗ କାର୍ଯ୍ୟକ୍ରମ) ଏମି ମୁରେଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏହି ମଞ୍ଚ ଭାରତୀୟ ଆମେରିକୀୟ ଉଦ୍ୟୋଗଗୁଡିକୁ ପ୍ରତ୍ୟକ୍ଷ ଭାବେ ଡିଟିଟିଆଇରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରିବା ସହ ଔଦ୍ୟୋଗିକ ସହଯୋଗ ପାଇଁ ସରକାର ଶିଳ୍ପ ସଂସ୍ଥା ମଧ୍ୟରେ ବାର୍ତାଳାପର ସୁବିଧା ପ୍ରଦାନ କରିବ ଆଲୋଚନାର ପରିଣାମ ଡିଟିଟିଆଇ ଗୋଷ୍ଠୀର ସହ-ଅଧ୍ୟକ୍ଷମାନଙ୍କୁ ଜଣାଇ ଦିଆଯାଇଥିଲା

 

**********

 


(Release ID: 1655263)