ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଷ୍ଟାର୍ଟଅପ୍‌ ପରିବେଶ ପାଇଁ ସମର୍ଥନ ବ୍ୟବସ୍ଥା; 2019ର ରାଜ୍ୟ ରାଙ୍କିଙ୍ଗ ଘୋଷଣା

Posted On: 11 SEP 2020 5:36PM by PIB Bhubaneshwar

ଷ୍ଟାର୍ଟଅପ୍‌ ପରିବେଶକୁ ସମର୍ଥନ ପ୍ରଦାନ ଘେନି ରାଜ୍ୟମାନଙ୍କର ରାଙ୍କିଙ୍ଗ ନିର୍ଦ୍ଧାରଣ ପାଇଁ 2019ରେ ହୋଇଥିବା ଦ୍ୱିତୀୟ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି । କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏହା ଏକ ଭର୍ଚୁଆଲ ସମ୍ବର୍ଦ୍ଧନା ଉତ୍ସବରେ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ ତଥା ବେସାମରିକ ବିମାନ ଚଳାଚଳ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏହି ଦ୍ୱିତୀୟ ରାଙ୍କିଙ୍ଗ ନିର୍ଦ୍ଧାରଣ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଷ୍ଟାର୍ଟଅପ୍‌ ସଂସ୍କୃତିକୁ ସଂପୃକ୍ତ ରାଜ୍ୟମାନେ କି ପ୍ରକାର ସହାୟତା ଯୋଗାଉଛନ୍ତି ଏବଂ ନୀତିଗତ ସମର୍ଥନ ଦେଉଛନ୍ତି ତାହାକୁ ବିଚାରକୁ ନେଇ ପ୍ରତିଯୋଗିତାଭିତ୍ତିରେ ଏହି ରେଙ୍କ ନିର୍ଦ୍ଧାରିତ ହୋଇଛି । ନୀତି ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତାକୁ ରାଜ୍ୟ ସରକାରମାନେ ଆବଶ୍ୟକ ସମର୍ଥନ ଓ ସହଯୋଗ ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ଏବଂ ପରସ୍ପରଠାରୁ କଣ ସବୁ ଶିକ୍ଷା ଗ୍ରହଣ କରୁଛନ୍ତି ତାହାକୁ ବିଚାରକୁ ନେଇ ଦକ୍ଷତା ବିକାଶ ଆଧାରରେ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି ।

2019 ଷ୍ଟାର୍ଟଅପ୍‌ ରାଙ୍କିଙ୍ଗ ବ୍ୟବସ୍ଥା ମୁଖ୍ୟତଃ 7ଟି ବିଭାଗରେ ବିଭକ୍ତ ଏବଂ ଏ ସମସ୍ତ ବିଭାଗରେ ସଂସ୍କାରାକୁ ସନ୍ନିବେଶିତ କରାଯାଇଛି । ଏଥିପାଇଁ ମୋଟ 30 ପଏଣ୍ଟର ବ୍ୟବସ୍ଥା ଅଛି । ଯେଉଁସବୁ କ୍ଷେତ୍ରରେ ପଏଣ୍ଟ ପ୍ରଦାନ ନୀତି ରହିଛି ସେଗୁଡିକ ହେଲା ଆନୁଷ୍ଠାନିକ ସହାୟତା, ଆପତ୍ତି ଅଭିଯୋଗର ସହଜ ନିରାକରଣ, ସରକାରୀ ସଂଗ୍ରହ ନିୟମରେ କୋହଳ, ଇନ୍‌କ୍ୟୁବେସନ ସହାୟତା, ସିଡ୍‌ ଫଣ୍ଡିଂ ସହାୟତା, ଭେଞ୍ଚର ଫଣ୍ଡିଂ ସହାୟତା, ସଚେତନତା ସୃଷ୍ଟି ଓ ଷ୍ଟାର୍ଟଅପ୍‌ଙ୍କ ନିକଟରେ ପହଞ୍ଚିବା ନୀତି ଆଦି ଅନ୍ୟତମ । ଏହି ରାଙ୍କିଙ୍ଗକୁ ଉତ୍ତମ ମାନର କରିବା ସହ ଏଥିରେ ସମତା ଆଣିବା ସହିତ ସମମାନଦଣ୍ଡ ଗ୍ରହଣ କରିବାକୁ ଉଦ୍ୟମ କରାଯାଇଛି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ 2ଟି ବିଭାଗରେ ବିଭକ୍ତ କରାଯାଇଛି । ୱାଇ ବର୍ଗରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଆସାମ ରାଜ୍ୟକୁ ଛାଡି ଉତ୍ତର ପୂର୍ବାଞ୍ଚଳର ସବୁ ରାଜ୍ୟ ଏବଂ ଅନ୍ୟ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି । ବର୍ଗ ଏକ୍ସରେ ଦିଲ୍ଲୀ ସହିତ ଅନ୍ୟ ସମସ୍ତ ରାଜ୍ୟ ରହିଛନ୍ତି ।

ଏହି ପ୍ରକ୍ରିୟାରେ 22ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ଭାଗ ନେଇଥିଲେ । ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ଗଠିତ ମୂଲ୍ୟାୟନ କମିଟି ବିଭିନ୍ନ ମାନଦଣ୍ଡକୁ ବିଚାରକୁ ନେଇ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଦର୍ଶନକୁ ଆକଳନ କରିଥିଲେ । ଏହାଛଡା ହିତାଧିକାରୀମାନଙ୍କଠାରୁ ମଧ୍ୟ ସ୍ୱାଧୀନଭାବେ ତଥ୍ୟ ସଂଗ୍ରହ କରାଯାଇଥିଲା । ବାସ୍ତବ ସ୍ଥିତି ଜାଣିବା ପାଇଁ 11ଟି ବିଭିନ୍ନ ଭାଷାରେ 60 ହଜାର ହିତାଧିକାରୀଙ୍କ ପାଖକୁ ଟେଲିଫୋନ କରାଯାଇ ସେମାନଙ୍କ ମତାମତ ନିଆଯାଇଥିଲା ।

ଏସବୁ ସଂଗୃହୀତ ତଥ୍ୟକୁ ବିଚାରକୁ ନେଇ ରାଜ୍ୟଗୁଡିକୁ 5 ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ବେଷ୍ଟ ପରଫର୍ମର, ଟପ୍‌ ପରଫର୍ମର, ଲିଡର୍ସ, ଆସ୍ପାୟାରିଂ ଲିଡର ଏବଂ ଇମର୍ଜିଂ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ । ପ୍ରତ୍ୟେକ ବର୍ଗରେ ରାଜ୍ୟମାନଙ୍କୁ ସେମାନଙ୍କ ନାମର ବର୍ଗମାଳା କ୍ରମରେ ରଖାଯାଇଛି । ଯେଉଁ ରାଜ୍ୟମାନେ 7ଟି ସଂସ୍କାରିତ କ୍ଷେତ୍ରରେ ଷ୍ଟାର୍ଟଅପ୍‌ଗୁଡିକୁ ଭଲ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଲିଡରର ମାନ୍ୟତା ଦିଆଯାଇଛି । ଏହି ଲେଖାର ନିମ୍ନରେ ଫଳାଫଳର ତାଲିକା ପ୍ରଦାନ କରାଯାଇଛି ।

ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଏ ସଂକ୍ରାନ୍ତ ଜାତୀୟ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ରାଜ୍ୟ ରାଙ୍କିଙ୍ଗ ପ୍ରୟାସର ଲକ୍ଷ୍ୟ, ଗତି, ପ୍ରଣାଳୀ ଏବଂ ଭବିଷ୍ୟତ ରୂପରେଖ ଆଦି ସଂପର୍କରେ ଉଲ୍ଲେଖ କରାଯାଇଛି । ଅଂଶଗ୍ରହଣକାରୀ 25 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମଧ୍ୟ ଏହି ଅବସରରେ ପ୍ରଦେଶ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ପାଇଁ ସଂପୃକ୍ତ ରାଜ୍ୟଗୁଡିକର ସାମର୍ଥ୍ୟ ଓ ଅଗ୍ରାଧିକାର ବିଷୟରେ ଉଲ୍ଲେଖ କରାଯାଇଛି ।

ଯେଉଁସବୁ ରାଜ୍ୟ ଏ କ୍ଷେତ୍ରରେ ଉତ୍ତମ ନୀତି ଓ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ତାହାର ଏକ ସମାହାର ମଧ୍ୟ ପୁସ୍ତିକା ଆକାରରେ  ଆଜି ଉନ୍ମୋଚିତ ହୋଇଛି । ଏଥିରେ 166ଟି ଉତ୍ତମ ନୀତି ବା ଗୁଡ୍‌ ପ୍ରାକ୍ଟିସେସ ସ୍ଥାନ ପାଇଛି । ଏହାକୁ ଆଧାର କରି ନୂଆକରି ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ରାଜ୍ୟ ଏ କ୍ଷେତ୍ରରେ ସିଧାସଳଖ କାମ କରିପାରିବେ । ଷ୍ଟାର୍ଟଅପ୍‌ ପୋର୍ଟାଲରୁ ଜାତୀୟ ରିପୋର୍ଟ ଏବଂ ରାଜ୍ୟଭିତ୍ତିକ ସ୍ୱତନ୍ତ୍ର ରିପୋର୍ଟକୁ ଡାଉନଲୋଡ କରିହେବ ।

ଏ ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପୀୟଷ ଗୋୟଲ କହିଛନ୍ତି ଯେ ଷ୍ଟାର୍ଟଅପ୍‌ଗୁଡିକର ତତ୍କାଳ ସମସ୍ୟା ସମାଧା କରିବାର ବିଚାର ଓ ସାମର୍ଥ୍ୟ ଥାଏ । ଏସବୁ ଷ୍ଟାର୍ଟଅପ୍‌ ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ଉଦ୍ଦିଷ୍ଟ । ଯେଉଁ ଷ୍ଟାର୍ଟଅପ୍‌ଗୁଡିକ ନିଯୁକ୍ତି ସୃଷ୍ଟି, ଅର୍ଥନୈତିକ କାର୍ଯ୍ୟକଳାପର ସଂପ୍ରସାରଣ ଓ ଲୋକଙ୍କ ସମୃଦ୍ଧି ପାଇଁ କାମ କରୁଛନ୍ତି ସେମାନଙ୍କୁ ନାନା ମତେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ସହଯୋଗ ଭିତ୍ତିରେ ଆଗେଇ ଆସି କାର୍ଯ୍ୟ କଲେ ଏବଂ ପରସ୍ପର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ସହଜ ଓ ସୁଗମ ହେବ । ଷ୍ଟାର୍ଟଅପ୍‌ଗୁଡିକୁ ସେ ମେଧା, ଜ୍ଞାନ ଓ ବିଚାରର ଗନ୍ତାଘରଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ରାଙ୍କିଙ୍ଗ କେବଳ ରାଜ୍ୟଗୁଡିକୁ ସାହାଯ୍ୟ କରିବ ନାହିଁ; ଷ୍ଟାର୍ଟଅପ୍‌ ସଂସ୍କୃତିର ପ୍ରୋତ୍ସାହନ, ପ୍ରସାରଣ ଏବଂ ଉଦ୍ୟୋଗୀକରଣରେ ସହାୟକ ହେବ । ମହିଳାମାନେ ଗତାନୁଗତିକ ଧାରା ଭାଙ୍ଗି ଷ୍ଟାର୍ଟଅପ୍‌ ସଂସ୍କୃତିରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ସେ କହିଛନ୍ତି । ଶ୍ରୀ ଗୋୟଲ ଷ୍ଟାର୍ଟଅପ୍‌ ପାଇଁ କେନ୍ଦ୍ର ସରକାରଙ୍କ ଫଣ୍ଡ ଅଫ୍‌ ଫଣ୍ଡ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ସମାନ ଢଙ୍ଗରେ କାମ କରୁଥିବା ସେ କହିଛନ୍ତି । ଭେଞ୍ଚର କ୍ୟାପିଟାଲିଷ୍ଟ, ସମ୍ବଳବାନ ବ୍ୟକ୍ତିବିଶେଷ ଏବଂ ଅନ୍ୟାନ୍ୟ ବିତ୍ତଶାଳୀ ବ୍ୟକ୍ତି ଷ୍ଟାର୍ଟଅପ୍‌ ଭେଞ୍ଚରରେ ଅର୍ଥଲଗାଣ କରିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ଷ୍ଟାର୍ଟଅପ୍‌ଗୁଡିକ ଅଧିକ ନବପରିକଳ୍ପିତ, ପ୍ରାସଙ୍ଗିକ ଓ ସୃଜନାତ୍ମକ ସାମଗ୍ରୀ ଉତ୍ପାଦନ ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁଠି ରି-ଇଂଜିନିୟରିଂ ଓ ସଂସ୍କାରର ଆବଶ୍ୟକତା ରହିଛି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରି ଷ୍ଟାର୍ଟଅପ୍‌ ସମୂହ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ହାତକୁ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ କୋଭିଡ୍‌ ମହାମାରୀ ସମୟରେ ଆମକୁ ସମସ୍ୟା ସମାଧାନ ପାଇଁ ଅନେକ ସୁଯୋଗ ମିଳିଛି । ଏହି ସମୟରେ ଆମ ଷ୍ଟାର୍ଟଅପ୍‌ଗୁଡିକ ଚମତ୍କାର ବୁଦ୍ଧି ଓ ବିଚାର ଖଟାଇ ଅନେକ ସମସ୍ୟାର ସମାଧାନ କରିପାରିଛନ୍ତି ।

ମନ୍ତ୍ରୀ ଶ୍ରୀ ପୁରୀ ଏହି ଅବସରରେ କହିଛନ୍ତି ଯେ ଯେଉଁସବୁ ଦେଶ ଓ ସମାଜ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିକଶିତ ହୋଇଛନ୍ତି ସେଠାରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଉନ୍ନତ ପରିବେଶ ସୃଷ୍ଟି କରାଯାଇଛି । ସେସବୁ ଦେଶରେ ମିଳିତ ସହଯୋଗରେ ସମସ୍ୟାର ସମାଧାନ ମାର୍ଗ ପ୍ରସ୍ତୁତ ହୋଇଛି । 2024 ସୁଦ୍ଧା ଭାରତୀୟ ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପରିଣତ କରିବାକୁ ହେଲେ ଦେଶରେ ଏକ ଦୃଢ ଷ୍ଟାର୍ଟଅପ୍‌ ପରିବେଶର ଆବଶ୍ୟକତା ରହିଛି । ଆମ ଲୋକମାନଙ୍କ ମଧ୍ୟରେ ଏବେ ଚାକିରି ପଛରେ ନ ଗୋଡାଇ ନିଯୁକ୍ତିଦାତା ହେବାର ଯେଉଁ ମାନସିକତା ସୃଷ୍ଟି ହୋଇଛି ତାହାକୁ ସେ ପ୍ରଶଂସା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ ଏହି ଅବସରରେ କହିଛନ୍ତି ଯେ ଆଜି ପ୍ରକାଶ ପାଇଥିବା ରାଜ୍ୟଗୁଡିକର ରାଙ୍କିଙ୍ଗ ଆମର ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ । ଯେଉଁମାନଙ୍କର ବୁଦ୍ଧି, କୌଶଳ ଓ କର୍ମନିଷ୍ଠା ରହିଛି ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ୍‌ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।

ଡିପିଆଇଆଇଟିର ସଚିବ ଡ. ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଯେ ଦେଶର ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଦ୍ୱାରା 4 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ରାଙ୍କିଙ୍ଗ ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥାର ଏକ ଉତ୍ତମ ଉଦାହରଣ । ଏହା ରାଜ୍ୟମାନଙ୍କର ଦକ୍ଷତା ନିର୍ମାଣରେ ସହାୟକ ହେବ ।

Annexure

States Startup Ranking Results 2019

Category X

Category

State

Best Performer

Gujarat

Top Performers

Karnataka

Kerala

Leaders

Bihar

Maharashtra

Odisha

Rajasthan

Aspiring Leaders

Haryana

Jharkhand

Punjab

Telangana

Uttarakhand

Emerging Startup Ecosystems

Andhra Pradesh

Assam

Chhattisgarh

Delhi

Himachal Pradesh

Madhya Pradesh

Tamil Nadu

Uttar Pradesh

This group has all States and UTs except those in Category ‘Y’.

Category Y

Category

State

Best Performer

Andaman and Nicobar Islands

Leader

Chandigarh

Aspiring Leader

Nagaland

Emerging Startup Ecosystems

Mizoram

Sikkim

This group has all North-Eastern States except Assam and all UTs except Delhi.

Leaders across 7 Reform Areas

The top scoring States across each reform area have been recognised as a leader.

S. No

Pillar

Leader Names

1.

Institutional Leaders

Karnataka

Kerala

Odisha

2.

Regulatory Change Champions

Karnataka

Kerala

Odisha

Uttarakhand

3.

Procurement Leaders

Karnataka

Kerala

Telangana

4.

Incubation Hubs

Gujarat

Karnataka

Kerala

5.

Seeding Innovation Leaders

Bihar

Kerala

Maharashtra

6.

Scaling Innovations Leaders

Gujarat

Kerala

Maharashtra

Rajasthan

7.

Awareness and Outreach Champions

Gujarat

Maharashtra

Rajasthan

 

**********



(Release ID: 1653418) Visitor Counter : 257