ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ ସବିଶେଷ ସୂଚନା

● ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ 60 ପ୍ରତିଶତ ସର୍ବାଧିକ ପ୍ରଭାବିତ 5ଟି ରାଜ୍ୟରେ

Posted On: 10 SEP 2020 11:53AM by PIB Bhubaneshwar

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ 95,735 ନୂଆ ମାମଲା ଚିହ୍ନଟ ହୋଇଛି

ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 60 ପ୍ରତିଶତ କେବଳ ପାଞ୍ଚଟି ରାଜ୍ୟରୁ ଆସିଛି ସେଥିମଧ୍ୟରୁ 23,000 କେବଳ ମହାରାଷ୍ଟ୍ରରୁ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି 10,000ରୁ ଅଧିକ

ଦେଶରେ ସକ୍ରିୟ ମାମଲାଗୁଡ଼ିକର ସଂଖ୍ୟା ବର୍ତ୍ତମାନ 9,19,018 ରହିଛି

ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ 74 ପ୍ରତିଶତରୁ ଅଧିକ 9ଟି ସର୍ବାଧିକ ପ୍ରଭାବିତ ରାଜ୍ୟରେ ରହିଛି ମୋଟ ସକ୍ରିୟ ମାମଲାର 49 ପ୍ରତିଶତ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରୁ ଦେଖାଦେଇଛି 2,50,000ରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଥିବାବେଳେ ଏହାପଛକୁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ 97,000 ରୁ ଅଧିକରେ ରହିଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 1,172 ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଗତକାଲିର ମୃତକଙ୍କ ମଧ୍ୟରୁ 380 ଜଣ ମହାରାଷ୍ଟ୍ରରୁ, 78 ଜଣ କର୍ଣ୍ଣାଟକରୁ ଏବଂ 78 ଜଣ ତାମିଲନାଡୁରୁ ହୋଇଥିବା ଜଣାପଡିଛି

ମୋଟ ମୃତକଙ୍କ ମଧ୍ୟରୁ 69 ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଏହି ପାଞ୍ଚଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ରହିଛନ୍ତି

 

**********



(Release ID: 1653091) Visitor Counter : 202