ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ରାଷ୍ଟ୍ର ଉଦ୍ଦେଶ୍ୟରେ 56 ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ
• ଦେଶର 5 କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା
• ସ୍ୱର୍ଣ୍ଣ ଚତୁର୍ଭୁଜରେ 100 ଏଲଏନଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ଆଣିବ ନୂଆ ମାପଦଣ୍ଡ
• ସିଏନଜି ଷ୍ଟେସନ ଦେଶର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ
• ସାରା ଦେଶରେ ପ୍ରତିଷ୍ଠା କରାଯିବ 5 ହଜାର କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଳାଣ୍ଟ
• ଚୀନ ଏବଂ ଆମେରିକା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର
• ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ କାର୍ଯ୍ୟରତ ଭାରତ

Posted On: 10 SEP 2020 2:48PM by PIB Bhubaneshwar

ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ 56ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ । ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି । ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି । ଦେଶର 5 କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ 100 ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ । ଏହାସହ ସାରା ଦେଶରେ 5000 କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଳାଣ୍ଟ ପ୍ରତିଷ୍ଠା କରିବା ଦିଗରେ ଭାରତ ସରକାର ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି । 2030 ସୁଦ୍ଧା ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତ୍ତମାନର 6.3 ପ୍ରତିଶତରୁ 15 ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଦେଶରେ ପ୍ରାୟ 17 ହଜାର କିମି ଲମ୍ବ ଗ୍ୟାସ ପାଇପଲାଇନର ନିର୍ମାଣ କାମ ଚାଲୁଅଛି । ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧ କରିବା ପାଇଁ ସିଜିଡି ନେଟୱାର୍କର ସଂପ୍ରସାରଣ କରାଯାଉଛି । ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନଜି ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ ଯୋଗାଯାଉଛି । କମ୍ପ୍ରେସଡ୍ ବାୟୋ-ଗ୍ୟାସ(ସିବିଜି) ଏବଂ ଜୈବଖତ ଉତ୍ପାଦନ କରି ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଚୀନ ଏବଂ ଆମେରିକା ପରେ ଦ୍ୱିତୀୟ ବୃହତମ ଜନସଂଖ୍ୟା ଆଧାରରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର । ବିଶ୍ୱରେ ଅଧିକ ଉର୍ଜା ବ୍ୟବହାର କରିଥିବା କ୍ଷେତ୍ରରେ ଭାରତରେ ଉର୍ଜା ଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ।

ଉର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହାଦ୍ୱାରା ଉର୍ଜା କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ବଢିବ ଏବଂ ଉପଭୋକ୍ତାଙ୍କ ପାଇଁ ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

 

**********



(Release ID: 1653042) Visitor Counter : 125