ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେଶବାନନ୍ଦ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

• ଗୋଷ୍ଠୀସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କଲେ ଶ୍ରୀ ମୋଦୀ

प्रविष्टि तिथि: 06 SEP 2020 3:56PM by PIB Bhubaneswar

କେଶବାନନ୍ଦ ଭାରତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ‘ଗୋଷ୍ଠୀ ସେବା ଏବଂ ଦଳିତ ତଥା ଅବହେଳିତଙ୍କୁ ସଶକ୍ତ କରିବା କ୍ଷେତ୍ରରେ ତାଙ୍କର ମହନୀୟ ଅବଦାନ ପାଇଁ ଆମେ ସର୍ବଦା ପୂଜ୍ୟ କେଶବାନନ୍ଦ ଭାରତୀ ଜୀଙ୍କୁ ମନେ ରଖିବା । ସେ ଭାରତର ସମୃଦ୍ଧ ସଂସ୍କୃତି ଓ ଆମର ମହାନ୍‌ ସମ୍ବିଧାନ ପ୍ରତି ଗଭୀରଭାବେ ଅନୁରକ୍ତ ଥିଲେ । ପିଢି ପରେ ପିଢି ଲୋକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିବେ । ଓଁ ଶାନ୍ତି ।’

**********

 


(रिलीज़ आईडी: 1651851) आगंतुक पटल : 143
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam