ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 31 AUG 2020 6:45PM by PIB Bhubaneshwar

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ମର୍ମାହତ ଆମ ଦେଶର ବିକାଶରେ ତାଙ୍କର ବହୁମୂଲ୍ୟ ଅବଦାନ ଅବିସ୍ମରଣୀୟ ଜଣେ ବିଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ରାଜନୈତିକ କ୍ଷେତ୍ର ତଥା ସମାଜର ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ସେ ପ୍ରଶଂସିତ ହୋଇଥିଲେ

ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ତାଙ୍କ ଦୀର୍ଘ ରାଜନୈତିକ ଜୀବନକାଳରେ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ଅର୍ଥ ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ବିଶେଷ ଅବଦାନ ରହିଥିଲା ସେ ଜଣେ ଉଚ୍ଚକୋଟୀର ସାଂସଦ ଥିଲେ ସଂସଦରେ ସେ ସର୍ବଦା ପ୍ରସ୍ତୁତ ରହୁଥିଲେ ତଥା ଅତ୍ୟନ୍ତ ସ୍ପଷ୍ଟଭାଷୀ ଏବଂ ଚତୁର ବ୍ୟକ୍ତିତ୍ଵର ଅଧିକାରୀ ଥିଲେ

ଭାରତର ରାଷ୍ଟ୍ରପତି ଭାବରେ ଶ୍ରୀ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭବନକୁ ସାଧାରଣ ନାଗରିକଙ୍କ ପାଇଁ ଅଧିକ ସୁଗମ କରିଥିଲେ ସେ ରାଷ୍ଟ୍ରପତି ଭବନକୁ ଶିକ୍ଷା, ନବସୃଜନ, ସଂସ୍କୃତି, ବିଜ୍ଞାନ ଏବଂ ସାହିତ୍ୟର କେନ୍ଦ୍ରରେ ପରିଣତ କରିଥିଲେ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ତାଙ୍କର ପରାମର୍ଶ ମୁଁ କେବେବି ଭୁଲି ପାରିବି ନାହିଁ

ମୁଁ 2014ରେ ଦିଲ୍ଲୀ ପାଇଁ ନୂଆ ଥିଲି ପ୍ରଥମ ଦିନରୁ ହିଁ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ମାର୍ଗଦର୍ଶନ, ସମର୍ଥନ ଏବଂ ଆଶୀର୍ବାଦ ପାଇଥିଲି ତାଙ୍କ ସହିତ ମୋର ସମ୍ପର୍କକୁ ମୁଁ ସର୍ବଦା ଭଲପାଏ ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି

 

**********

 

 



(Release ID: 1650125) Visitor Counter : 191