ପ୍ରତିରକ୍ଷା ମନ୍ତ୍ରଣାଳୟ
ପୂର୍ବ ଲଦାଖ ସ୍ଥିତି ସମ୍ପର୍କରେ ସଦ୍ୟ ସୂଚନା
Posted On:
31 AUG 2020 10:35AM by PIB Bhubaneshwar
ପୂର୍ବ ଲଦାଖରେ ଜାରି ରହିଥିବା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଏକାଧିକ ସେନା ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା । ସ୍ଥିତି ସ୍ୱାଭାବିକ କରିବା ଲାଗି ସହମତି ପ୍ରକାଶ ପାଇଥିଲା । କିନ୍ତୁ ଚୀନର ପିଏଲଏ ସେନା ସ୍ଥିତି ବିଗାଡ଼ିବା ପାଇଁ ଅହରହ ପ୍ରୟାସ ଚଳାଇଛି । ସେମାନେ ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ 29-30 ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ । କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ପିଏଲଏର ଏଭଳି କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିଦେଇଛି । ଚୀନ ସେନା ଯେଉଁ ଉଦ୍ଦେଶ୍ୟ ରଖି ଏଭଳି ଏକତରଫା କାର୍ଯ୍ୟକଳାପ ଚଳାଇଥିଲା, ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଛି । ଆଲୋଚନା ମାଧ୍ୟମରେ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ଭାରତୀୟ ସେନା ପ୍ରତିଶ୍ରୁତିବଦ୍ଧ । ତତସହିତ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ମଧ୍ୟ ଭାରତ ସମ ପରିମାଣରେ ସଂକଳ୍ପବଦ୍ଧ । ତେବେ ଏଭଳି ସମସ୍ୟାର ପ୍ରତିକାର ପାଇଁ ଚୁସୁଲଠାରେ ଏକ ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ ମିଟିଙ୍ଗ ଜାରି ରହିଛି ।
**********
(Release ID: 1650104)
Visitor Counter : 306