ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଓଣମ ଏକ ଅନ୍ତର୍ଜାତୀୟ ଉତ୍ସବରେ ପରିଣତ ହେବାକୁ ଯାଉଛି : ପ୍ରଧାନମନ୍ତ୍ରୀ

प्रविष्टि तिथि: 30 AUG 2020 3:08PM by PIB Bhubaneshwar

ମନ କି ବାତ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଣମ ପର୍ବ ବିଷୟରେ କହିଛନ୍ତି ସେ କହିଛନ୍ତି ଯେ, ଚିଙ୍ଗମ ମାସରେ ଏହି ପର୍ବ ଆସେ ଏହି ସମୟ ମଧ୍ୟରେ ଲୋକମାନେ କିଛି ନୂଆ କିଣନ୍ତି, ନିଜ ଘରକୁ ସଜାନ୍ତି, ପୁକୁଲାମ ପ୍ରସ୍ତୁତ କରନ୍ତି ଏବଂ ଓଣମ-ସାଦିଆକୁ ଉପଭୋଗ କରନ୍ତି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଓଣମ ଦୂର ଦୂରାନ୍ତ ବିଦେଶରେ ପହଞ୍ଚିବା ସହିତ ଏକ ଅନ୍ତର୍ଜାତୀୟ ମହୋତ୍ସବରେ ପରିଣତ ହେବାକୁ ଯାଉଛି

ସେ ଆହୁରି କହିଛନ୍ତି ଯେ, ଓଣମ କୃଷି ସହିତ ଜଡିତ ଏକ ପର୍ବ ଏବଂ ଏହା ମଧ୍ୟ ଗ୍ରାମୀଣ ଅର୍ଥନୀତି ପାଇଁ ଏକ ନୂତନ ଆରମ୍ଭର ସମୟ ସେ ଉଲ୍ଲେଖ କରିଛନ୍ତି, କୃଷକଙ୍କ କଠିନ ପରିଶ୍ରମରୁ ସମାଜକୁ ଅନ୍ନ ମିଳିଥାଏ ଖାଦ୍ୟ ପ୍ରଦାନକାରୀ ନ୍ନଦାତାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ କୃଷକ ମାନେ ନିଜ ପରିଶ୍ରମ ଓ ଅଧ୍ୟବସାୟର ପ୍ରମାଣ ଦେଇଛନ୍ତି ଏବଂ ସେମାନଙ୍କୁ ମୁଁ ଅଭିବାଦନ ଜଣାଉଛି

 

**********

 


(रिलीज़ आईडी: 1650070) आगंतुक पटल : 166
इस विज्ञप्ति को इन भाषाओं में पढ़ें: हिन्दी , Punjabi , English , Urdu , Marathi , Manipuri , Bengali , Assamese , Gujarati , Tamil , Telugu , Kannada , Malayalam