ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା ସେପ୍ଟେମ୍ବର ପୋଷଣ ମାସଭାବେ ପାଳିତ ହେବ; ଏହି ମାସକୁ ଗଣପୁଷ୍ଟିସାଧନ ସଚେତନତା ଦିଗରେ ବିନିଯୋଗ କରାଯିବ : ପ୍ରଧାନମନ୍ତ୍ରୀ

Posted On: 30 AUG 2020 3:16PM by PIB Bhubaneshwar

ଆସନ୍ତା ସେପ୍ଟେମ୍ବର ମାସଟିକୁ ପୋଷଣ ମାସଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.08.2020) ତାଙ୍କର ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଏହା କହିଛନ୍ତି । ଉଭୟ ରାଷ୍ଟ୍ର ଓ ପୁଷ୍ଟିସାଧନ ଅତି ନିବିଡଭାବେ ଜଡିତ । ତେଣୁ ପୁଷ୍ଟିସାଧନକୁ ଗୁରୁତ୍ୱ ଦେଇ ଗଣସଚେତନତା ସୃଷ୍ଟି ପାଇଁ ଏହି ମାସରେ ଉଦ୍ୟମ କରାଯିବ । ଯଥା ଅନ୍ନମ୍‌ ତଥା ମନ୍ନମ୍‌ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାନସିକ ଏବଂ ବୌଦ୍ଧିକ ବିକାଶ ଆମେ ଗ୍ରହଣ କରୁଥିବା ଖାଦ୍ୟର ମାନ ଉପରେ ସିଧାସଳଖ ନିର୍ଭର କରେ । ପିଲା ଓ ବିଦ୍ୟାର୍ଥୀଙ୍କ ପାଇଁ ପୁଷ୍ଟିସାଧନ ଓ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାଦ୍ୱାରା ସେମାନେ ନିଜ ଦକ୍ଷତାର ସର୍ବାଧିକ ବିନିଯୋଗ କରିବାକୁ ସମର୍ଥ ହୋଇଥାନ୍ତି । ସେ କହିଛନ୍ତି ଶିଶୁମାନଙ୍କ ଉତ୍ତମ ପରିପୋଷଣ ପାଇଁ ମାମଧ୍ୟ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ପରିବେଶର ସୁଯୋଗ ପାଇବା ଉଚିତ । ପୁଷ୍ଟିସାଧନର ଅର୍ଥ କେବଳ ଲୁଣ, ଭିଟାମିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପାଦାନ ଖାଇବାକୁ ବୁଝାଏ ନାହିଁ ; ଏହା ଏକ ବ୍ୟାପକ ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ କେତେବର୍ଷ ଧରି ଭାରତର ଗ୍ରାମାଞ୍ଚଳରେ ପୁଷ୍ଟିସାଧନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗ୍ରାମାଞ୍ଚଳରେ ପୁଷ୍ଟିସାଧନ ସପ୍ତାହ ମାନ ପାଳନ କରାଯାଇ ଲୋକଙ୍କୁ ଏଥିରେ ସାମିଲ କରାଯାଉଛି । ଏବେ ଯେଉଁ ପୁଷ୍ଟିସାଧନ ମାସ ପାଳନ କରାଯିବ ତାହାକୁ ଏକ ମାସିକିଆ କାର୍ଯ୍ୟକ୍ରମରେ ପରିଣତ କରାଯାଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପୁଷ୍ଟିସାଧନକୁ ଏକ ଗଣଅଭିଯାନରେ ପରିଣତ କରିବା ଏହାର ଲକ୍ଷ୍ୟ । ସେ କହିଛନ୍ତି ଯେ ଏହି ଗଣଆନ୍ଦୋଳନରେ ସ୍କୁଲ ସମୂହକୁ ଯୋଡା ଯାଇଛି । ପୁଷ୍ଟିସାଧନ ସଚେତନତା ବଢାଇବା ପାଇଁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ନିଶ୍ଚିତ କରିବାର ବ୍ୟବସ୍ଥା ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଶ୍ରେଣୀରେ ଯେପରି ଜଣେ ବର୍ଗମନ୍ତ୍ରୀ ବା ମନିଟର ଥାଆନ୍ତି, ସେହି ଢାଞ୍ଚାରେ ଏଣିକି ପ୍ରତି ଶ୍ରେଣୀରେ ପୁଷ୍ଟିସାଧନ ତଦାରଖକାରୀ ବା ନିଉଟ୍ରେସନ ମନିଟର ରହିବା ଉଚିତ । ସେହିଭଳି ଏକ ରିପୋର୍ଟ କାର୍ଡ ଭଳି ନିଉଟ୍ରେସନ କାର୍ଡ ମଧ୍ୟ ପ୍ରବର୍ତ୍ତନ କରାଯିବା ଆବଶ୍ୟକ । ଆସନ୍ତା ପୁଷ୍ଟିସାଧନ ମାସରେ ମାଏ ଗଭ୍‌ ପୋର୍ଟାଲରେ ପୁଷ୍ଟିସାଧନ ଉପରେ କୁଇଜ ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ଭାଗ ନେବାକୁ ଶ୍ରୋତାମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଷ୍ଟାଚ୍ୟୁ ଅଫ୍‌ ୟୁନିଟ ନିକଟରେ ଏକ ଅନୁପମ ପୁଷ୍ଟିସାଧନ ପାର୍କ ସୃଷ୍ଟି କରାଯାଇଛି । ସେଠାରେ ପୁଷ୍ଟିସାଧନ ସଂକ୍ରାନ୍ତ ଶିକ୍ଷା ଏବଂ ଅନ୍ୟାନ୍ୟ ମଜାଳିଆ କାର୍ଯ୍ୟକ୍ରମ ତଥା ମନୋରଞ୍ଜନର ସୁବିଧା ମିଳିପାରିବ । ଭାରତରେ ବ୍ୟାପକଭାବେ ଖାଦ୍ୟ ଓ ପାନୀୟର ବିବିଧତା ପରିଲକ୍ଷିତ ହୁଏ । ଏହାର ଗୁରୁତ୍ୱକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ପ୍ରତ୍ୟେକ ଅଞ୍ଚଳରେ ଋତୁ ଅନୁସାରେ ଏକ ସୁଷମ ପୁଷ୍ଟିକର ଖାଦ୍ୟ ତାଲିକା ବା ଡାଏଟ ଚାର୍ଟ ତିଆରି କରି ସେଥିରେ ସ୍ଥାନୀୟ ଖାଦ୍ୟ, ଫଳମୂଳ ଓ ପନିପରିବାକୁ ଅନ୍ତର୍ଭୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଭାରତୀୟ କୃଷି ଫଣ୍ଡ ସୃଷ୍ଟି କରାଯାଉଛି । ଏଥିରେ ଦେଶର ପ୍ରତ୍ୟେକ ଜିଲାରେ ଉତ୍ପାଦିତ ହେଉଥିବା ଫସଲ ଓ ତାହାର ପୌଷ୍ଟିକତା ସଂପର୍କରେ ତଥ୍ୟ ରହିବ । ଶ୍ରୋତାମାନେ ଆସନ୍ତା ପୁଷ୍ଟିସାଧନ ମାସରେ ପୁଷ୍ଟିକର ଖାଦ୍ୟ ଖାଇବା ସହିତ ସୁସ୍ଥ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

 

**********



(Release ID: 1649898) Visitor Counter : 266