ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Posted On: 30 AUG 2020 3:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ (30.08.2020) କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି । ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ରପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି । ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଲୁଚାଇ ରଖାଯାଇଥିବା ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଠାବ କରିବାରେ ଏହି ଶ୍ୱାନମାନେ କିପରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହାର ସେ ଏକାଧିକ ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ବିଦ୍‌ ଜିଲ୍ଲା ପୁଲିସ ଏଭଳି ଏକ ସାହସୀ ଶ୍ୱାନ ରକିକୁ ଯଥାର୍ଥ ଅନ୍ତିମ ବିଦାୟ ପ୍ରଦାନ କରିଛି । ଏହି ଶ୍ୱାନଟି 300ରୁ ଅଧିକ ମାମଲା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ଭାରତୀୟ ଶ୍ୱାନ ପ୍ରଜାତିଙ୍କ ସଂପର୍କରେ ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶୀ କୁକୁରଙ୍କୁ ପାଳନ କରିବା ଖର୍ଚ୍ଚ କମ୍‌ । ସେମାନେ ଭାରତୀୟ ପରିବେଶ ଓ ପରିସ୍ଥିତି ସହିତ ଉତ୍ତମଭାବେ ନିଜକୁ ଖାପଖୁଆଇଥାଆନ୍ତି । ଭାରତୀୟ ନିରାପତ୍ତାବାହିନୀରେ ଦେଶୀ ପ୍ରଜାତିର ଶ୍ୱାନଙ୍କୁ ଏବେ ପାଳନ କରାଯାଉଛିଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଭାରତୀୟ ପ୍ରଜାତିର ଶ୍ୱାନଙ୍କ ଉପରେ ଗବେଷଣା ଚାଲିଛି । ଏହି ପ୍ରଜାତିର ଶ୍ୱାନମାନଙ୍କୁ ଉତ୍ତମ ତାଲିମ ପ୍ରଦାନ ସହ ଜଗାରଖା କାର୍ଯ୍ୟରେ ଅଧିକ ସଫଳଭାବେ କିପରି ବ୍ୟବହାର କରାଯାଇପାରିବ ସେଥିପାଇଁ ଗବେଷଣାରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୋତାମାନଙ୍କୁ କହିଛନ୍ତି, ‘ଆପଣମାନଙ୍କ ମଧ୍ୟରୁ କେହି ଯଦି କୁକୁର ପାଳନ କରିବାକୁ ଚାହୁଁଥାନ୍ତି ତେବେ ଦେଶୀ ପ୍ରଜାତିର ଏକ ଶ୍ୱାନ ବାଛିବା ଉଚିତ ।

 

**********

 



(Release ID: 1649897) Visitor Counter : 139