ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 30 AUG 2020 3:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ 30 ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍‌ ଇନୋଭେସନ ଚାଲେଞ୍ଜ କାର୍ଯ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ ଆଗ୍ରହର ସହିତ ଅଂଶଗ୍ରହଣ କରିଛନ୍ତି । ଏଥିରେ ସ୍ଥାନ ପାଇଥିବା ପ୍ରାୟ ଦୁଇ ତୃତୀୟାଂଶ ଆପ୍‌ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରସ୍ତୁତ ହୋଇଛି । ବିଭିନ୍ନ ବର୍ଗରେ ପ୍ରାୟ ଦୁଇ ଡଜନ ଆପ୍‌କୁ ପୁରସ୍କୃତ କରାଯାଇଛି । ଶ୍ରୋତାମାନେ ଏସବୁ ଆପ୍‌ ସହିତ ପରିଚିତ ହେବା ସହ ସେଥିସହ ସଂଯୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏଭଳି କେତେକ ଆପ୍‌ ସଂପର୍କରେ ଆଲୋଚନା କରିଥିଲେ ଯେଉଁଥିରେ କୁଟୁକୀ କିଟ୍ସ ଲର୍ଣ୍ଣିଂ ଆପ୍‌, ଶିଶୁମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ ଆପ୍‌, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ପାଇଁ ଉଦ୍ଦିଷ୍ଟ ଏକ ଆପ୍‌ କୁ କୂ କୁ, ଯୁବସମାଜ ପାଇଁ ଚିଙ୍ଗାରି ଆପ୍‌, ସରକାରୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପାଇବା ପାଇଁ ଉଦ୍ଦିଷ୍ଟ ଆସ୍କ ସରକାରଆପ୍‌ ଏବଂ ଫିଟିନେସ ଆପ୍‌- ଷ୍ଟେପ୍‌ ସେଟ୍‌ ଗୋ ଆଦି ଅନ୍ୟତମ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏସବୁ ଛୋଟ ଛୋଟ ଷ୍ଟାର୍ଟଆପ୍‌ ଆସନ୍ତାକାଲି ବଡ ବଡ କଂପାନୀରେ ପରିଣତ ହେବ ଏବଂ ଏହା ବିଶ୍ୱରେ ଭାରତରେ ପ୍ରତୀକ ପାଲଟିବ । ଆମେ ଭୁଲିଯିବା ଅନୁଚିତ ଯେ ବିଶ୍ୱର ଯେଉଁ ବଡ ବଡ କଂପାନୀ ଏବେ ଅଛନ୍ତି ସେମାନେ ଏକଦା ଏଭଳି ଛୋଟ ଛୋଟ ଆପ୍‌ ଥିଲେ ।

 

**********

 



(Release ID: 1649894) Visitor Counter : 137