ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନମୁନା ପରୀକ୍ଷଣ ସଂଖ୍ୟା 4 କୋଟିରୁ ଅଧିକ

● କ୍ରମାଗତ 3ୟ ଦିନ ପାଇଁ 9 ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା

Posted On: 29 AUG 2020 12:29PM by PIB Bhubaneshwar

ଜାନୁଆରୀ ଠାରୁ ଚାଲିଥିବା କରୋନା ସଂଗ୍ରାମରେ ଆଉ ଏକ ସଫଳତା ହାସଲ ହୋଇପାରିଛି ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ଆଜି 4 କୋଟି ଅତିକ୍ରମ କରିଛି

କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦକ୍ଷ କାର୍ଯ୍ୟ ଯୋଗୁଁ ଆଜିସୁଦ୍ଧା ମୋଟ 4,04,06,609 ନମୁନା ପରୀକ୍ଷା ହୋଇପାରିଛି ଜାନୁଆରୀରେ ପୁଣେସ୍ଥିତ ଗୋଟିଏ ମାତ୍ର ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା ପ୍ରଥମ ନମୁନା ପରୀକ୍ଷା ଆଜି 4 କୋଟିରେ ପହଞ୍ଚିଛି

ଦିନିକିଆ ପରୀକ୍ଷଣରେ ମଧ୍ୟ ଦୃଷ୍ଟାନ୍ତମୂଳକ ଅଗ୍ରଗତି ଘଟିଛି ଦିନକୁ 10 ଲକ୍ଷ ପରୀକ୍ଷଣର ଲକ୍ଷ୍ୟ ନେଇ ଦେଶ ଆଗେଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 9,28,761ଟି ନମୁନା ପରୀକ୍ଷା କରାଯାଇଛି

ଏହାଫଳରେ ଏକ ନିୟୁତ ପିଛା ନମୁନା ପରୀକ୍ଷଣ 29,280ରେ ପହଞ୍ଚିଛି ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଅଧିକ ପରୀକ୍ଷା ସହ କ୍ରମଶଃ ସଂକ୍ରମଣ ହାର ହ୍ରାସ ପାଇବା ଆଶା କରାଯାଉଛି ଦେଶରେ ଜାତୀୟ ସଂକ୍ରମଣ ହାର ବର୍ତ୍ତମାନ 8.57 ପ୍ରତିଶତ ଥିବା ବେଳେ ଏହା କ୍ରମାଗତ ହ୍ରାସ ପାଇବାରେ ଲାଗିଛି

କୋଭିଡ ପରିଚାଳନାର ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ପରୀକ୍ଷା, ଚିହ୍ନଟ ଉପଚାର ରଣନୀତିକୁ ଭାରତ ସବୁବେଳେ ପାଳନ କରିଆସୁଛି ବ୍ୟାପକ ପରୀକ୍ଷା ଯୋଗୁଁ  ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯିବା ସହ ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଛି

ରୋଗ ନିରୂପଣ ପାଇଁ ନମୁନା ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି 1002ଟି ସରକାରୀ 574ଟି ଘରୋଇ ଏହିପରି ମୋଟ 1576ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି  

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 



(Release ID: 1649614) Visitor Counter : 242