ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ସମୟରେ ବୃଦ୍ଧି ପାଉଥିବା ଚାହିଦା ପୂରଣ ଲାଗି ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ଗୋଟିଏ ଦିନରେ ଉତ୍ପାଦିତ କରିଛି ରେକର୍ଡ ସଂଖ୍ୟକ 51,960 ବୋତଲ ଫିନାଇଲ

• କୋଭିଡ ସଂକ୍ରମଣ ପରଠାରୁ ଫିନାଇଲର ମାସିକ ବିକ୍ରି 4.5 ରୁ 6 କୋଟି ଟଙ୍କାକୁ ବୃଦ୍ଧି

Posted On: 25 AUG 2020 1:09PM by PIB Bhubaneshwar

ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ (ବିସିପିଏଲ୍), ସାର ଏବଂ ରସାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀ ସମୟରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ପାଦନ କାର୍ଯ୍ୟ ଜାରି ରଖିଛି ଗୋଟିଏ ଦିନରେ 51,960 ବୋତଲ ଫିନାଇଲ ଉତ୍ପାଦନ କରି ଏହା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପଶ୍ଚିମବଙ୍ଗର ଉତ୍ତର 24-ପ୍ରଗଣା ପାନିହାତିସ୍ଥିତ ବିସିପିଏଲ୍, ୟୁନିଟ୍ ଏହି ସଫଳତା ହାସଲ କରିଛି

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡା ଏହି ସର୍ବକାଳୀନ ରେକର୍ଡ ଉତ୍ପାଦନ ପାଇଁ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବିସିପିଏଲ୍ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ପି. ଏମ ଚନ୍ଦ୍ରିୟା କହିଛନ୍ତି ଯେଏହା ବିସିପିଏଲର 120 ବର୍ଷର ପୁରୁଣା ଇତିହାସରେ ଏକ ସର୍ବକାଳୀନ ରେକର୍ଡ ଜୁଲାଇ 2020ରେ ଆମେ ଗୋଟିଏ ଦିନରେ 38,000 ଫିନାଇଲ ବୋତଲ ଉତ୍ପାଦନ କରିବାରେ ସଫଳ ହୋଇଥିଲୁ ଏକ ମାସ ମଧ୍ୟରେ କମ୍ପାନୀ ଏହାକୁ ଆହୁରି ବୃଦ୍ଧି କରି ବର୍ତ୍ତମାନ ଗୋଟିଏ ଦିନରେ 50,000ରୁ ଅଧିକ ବୋତଲ ଫିନାଇଲ ଉତ୍ପାଦନ କରିପାରିଛି ଅଗଷ୍ଟ 23, 2020ରେ 51,960 ବୋତଲ ଉତ୍ପାଦନ କରାଯାଇଥିଲା

 ବିସିପିଏଲ କହିଛି, ଯେ କୋଭିଡ-19 ମହାମାରୀ ପୂର୍ବରୁ ଏହା ପ୍ରତିଦିନ 15,000 ବୋତଲ ଉତ୍ପାଦନ କରୁଥିଲା ଫିନାଇଲର ମାସିକ ବିକ୍ରି 3 ରୁ 3.5 କୋଟି ଟଙ୍କା ଥିଲା ‘‘କୋଭିଡ ସଂକ୍ରମଣ ପରେ ଏହା ମାସକୁ 4.5 ରୁ 6 କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ଏହି ଉତ୍ପାଦର ଚାହିଦାକୁ ସ୍ପଷ୍ଟ ପ୍ରମାଣିତ କରୁଛି ’’

ଏହି ସ୍ୱଚ୍ଛତା ଉତ୍ପାଦର ବ୍ୟାପକ ଚାହିଦାକୁ ପୂରଣ କରିବା ପାଇଁ କୋଭିଡ ମହାମାରୀ ପରିସ୍ଥିତିରେ ମଧ୍ୟ କର୍ମଚାରୀମାନେ ଅକ୍ଟୋବର 20 (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତ ରବିବାର ଏବଂ ଛୁଟିଦିନରେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ

ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ହେଉଛି ଭାରତର ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହା ଅନେକ ଘର କରଣା, ଫାର୍ମା ଏବଂ ଶିଳ୍ପ ସଂସ୍ଥା ପାଇଁ ଉତ୍ପାଦ ପ୍ରସ୍ତୁତ କରେ

 

**********



(Release ID: 1648607) Visitor Counter : 245