ରେଳ ମନ୍ତ୍ରଣାଳୟ

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ 6.40 ଲକ୍ଷ ଶ୍ରମଦିବସ ସୃଷ୍ଟି କରିଛି ଭାରତୀୟ ରେଳ

• ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଛି ଏହି ଶ୍ରମଦିବସ
• ଯୋଜନାଗୁଡିକର ଅଗ୍ରଗତି ଏବଂ ଯୋଜନା ଅନ୍ତର୍ଗତ ରାଜ୍ୟଗୁଡିକର ପ୍ରବାସୀ ଶ୍ରମିକଙ୍କ ପାଇଁ ସୃଷ୍ଟି ହୋଇଥିବା କାର୍ଯ୍ୟ ସୁଯୋଗ ଉପରେ ନଜର ରଖିଛି ରେଳ ମନ୍ତ୍ରଣାଳୟ
• 6ଟି ରାଜ୍ୟର 116ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଗରିବ କଲ୍ୟାଣ ରୋଜଗାର ଅଭିଯାନ
• କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବାବଦକୁ ଅଗଷ୍ଟ 21 ସୁଦ୍ଧା ଠିକାଦାରମାନଙ୍କ 1,410.35 କୋଟି ଟଙ୍କା ପଇଠ କରାଯାଇଛି
• 6ଟି ରାଜ୍ୟରେ ପାଖାପାଖି 165ଟି ରେଳ ଭିତ୍ତିଭୂମି ପ୍ରକଳ୍ପ ହେଉଛି କାର୍ଯ୍ୟକାରୀ

Posted On: 23 AUG 2020 5:10PM by PIB Bhubaneshwar

ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ 6,40,000ରୁ ଅଧିକ ଶ୍ରମଦିବସ ସୃଷ୍ଟି କରିଛି ଭାରତୀୟ ରେଳ

ରେଳ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ ଏହି ପ୍ରକଳ୍ପଗୁଡିକର ଅଗ୍ରଗତି ଓ ଏହି ଯୋଜନା ଅନ୍ତର୍ଗତ ରାଜ୍ୟଗୁଡିକର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଶ୍ରମଦିବସ ସୁଯୋଗ ସୃଷ୍ଟି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏହି ରାଜ୍ୟଗୁଡିକରେ ପ୍ରାୟ 165 ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି

ଅଗଷ୍ଟ 21, 2020 ସୁଦ୍ଧା 12,276 ଶ୍ରମିକ ଏହି ଅଭିଯାନରେ ନିୟୋଜିତ ଅଛନ୍ତି ଏବଂ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ପାଇଁ ଠିକାଦାରମାନଙ୍କୁ 1,410.35 କୋଟି ଟଙ୍କା ପ୍ରଦାନ କରାଯାଇଛି

ରାଜ୍ୟ ସରକାରଙ୍କ ସହ ଏକ ଘନିଷ୍ଠ ସମନ୍ୱୟ ସ୍ଥାପନ ହେବ ନେଇ ରେଳବାଇ ଦ୍ଵାରା ପ୍ରତ୍ୟେକ ଜିଲ୍ଲା ତଥା ରାଜ୍ୟରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି

ଏହି ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ରେଳ କାର୍ଯ୍ୟଗୁଡ଼ିକର ହେଉଛି (i) ଲେବଲ କ୍ରସିଂ ପାଇଁ ଆପ୍ରୋଚ ରାସ୍ତାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, (ii) ଟ୍ରାକରେ ଥିବା ସିଲଟେଡ୍ ଜଳପଥ, ଖାଲ ଏବଂ ଡ୍ରେନଗୁଡ଼ିକର ବିକାଶ ଏବଂ ସଫା କାର୍ଯ୍ୟ, (iii) ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣ, (iv) ରହିଥିବା ରେଳ ବନ୍ଧ / କଟିଙ୍ଗର ମରାମତି ଏବଂ ପ୍ରଶସ୍ତିକରଣ, (v) ରେଳ ଜମିର ସୀମା ନିକଟରେ ବୃକ୍ଷରୋପଣ ଏବଂ (vi) ବନ୍ଧ / କଟା / ବ୍ରିଜର ସୁରକ୍ଷା କାର୍ଯ୍ୟ

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 20, 2020ରେ ଗରିବ କଲ୍ୟାଣ ରୋଜଗର ଅଭିଯାନ ନାମକ ଏକ ବୃହତ ଅଭିଯାନର ଘୋଷଣା କରିଥିଲେ କୋଭିଡ-19 ଯୋଗୁଁ ବହୁ ସଂଖ୍ୟାରେ ଗ୍ରାମକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ନିଯୁକ୍ତି ସହିତ ଗ୍ରାମୀଣ କାର୍ଯ୍ୟ ଯୋଗାଇଦେବାର ସୁଯୋଗ ରହିଛି ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ 50,000 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ

ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଏହି 6ଟି ରାଜ୍ୟକୁ ବହୁ ସଂଖ୍ୟାରେ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ 125 ଦିନର କାର୍ଯ୍ୟ ଯୋଗାଇ ଦେବା ଲାଗି ଏହି ଅଭିଯାନକୁ ମିଶନ ମୋଡରେ ନିଆଯାଉଛି ପ୍ରବାସୀ ଶ୍ରମିକମାନଙ୍କୁ ଦୃଷ୍ଟିରେ ରଖି ଏହି 6ଟି ରାଜ୍ୟର 116ଟି ଜିଲ୍ଲାରେ 25ଟି ପ୍ରକାରର ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ଯେଉଁଥିରେ 50,000 କୋଟି ଟଙ୍କାର ସମ୍ବଳ ରହିଛି

ଗ୍ରାମୀଣ ବିକାଶ, ପଞ୍ଚାୟତ ରାଜ, ସଡକ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡ଼କ, ଟେଲିକମ୍ ଏବଂ କୃଷି ଏହିଭଳି 12ଟି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ମଧ୍ୟରେ ସମନ୍ଵିତ ରକ୍ଷା କରାଯାଇ 25ଟି ବିଭିନ୍ନ ଭିତ୍ତିଭୂମି ଏବଂ ତତ ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଏହି ଅଭିଯାନ ଉଦ୍ଦିଷ୍ଟ ।   

**********



(Release ID: 1648598) Visitor Counter : 164