ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଚଳିତବର୍ଷ ଏପ୍ରିଲ 20ରୁ ଏଯାଏଁ ତୈଳ ଓ ବାଷ୍ପ କ୍ଷେତ୍ରରେ 5.88 ଲକ୍ଷ କୋଟି ଟଙ୍କା ବ୍ୟୟରେ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି

• ଏହିସବୁ ପ୍ରକଳ୍ପରେ ପ୍ରାୟ 33.8 କୋଟି ଶ୍ରମ ଦିବସ ସୃଷ୍ଟି ହେବା ଘେନି ସରକାର ଆଶାବାଦୀ
• ପେଟ୍ରୋଲିୟମ ଉଦ୍ୟୋଗ ସଂକଟକୁ ସୁଯୋଗରେ ପରିଣତ କରିଛି; ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଭିବୃଦ୍ଧି ବଢାଇବା ପାଇଁ ମିଶନ ମୋଡରେ କାମ କରୁଛି

Posted On: 25 AUG 2020 6:20PM by PIB Bhubaneshwar

ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି । ଚଳିତବର୍ଷ ଏପ୍ରିଲ 20 ତାରିଖରୁ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ପ୍ରକଳ୍ପ ମଧ୍ୟରୁ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । କରୋନା ନିୟମାବଳୀକୁ ପାଳନ କରାଯାଇ ଏହି କାର୍ଯ୍ୟ ଚାଲିଛି । ଏହିସବୁ ପ୍ରକଳ୍ପରେ ପ୍ରାୟ 5.88 ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ଆଶା କରାଯାଉଛି ।

ଏହିସବୁ ପ୍ରକଳ୍ପ ସିପିଏସ୍‌ସି, ଯୁଗ୍ମ ଉଦ୍ୟୋଗ ଓ ସହାୟକ ଉଦ୍ୟୋଗରେ କାର୍ଯ୍ୟକାରୀ ହେଉଛି । ଏଥିରେ ତୈଳ ବିଶୋଧନାଗାର ପ୍ରକଳ୍ପ, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଇନ୍‌ଫ୍ରାଷ୍ଟ୍ରକଚର ପ୍ରକଳ୍ପ, ପାଇପ ଲାଇନ, ସିଜିଡି ପ୍ରକଳ୍ପ ତଥା ଡ୍ରିଲିଂ ଓ ସର୍ଭେ କାମ ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ଯେଉଁ 25ଟି ବୃହତ୍‌ ତୈଳ ଓ ବାଷ୍ପ ପ୍ରକଳ୍ପ ସିପିଏସ୍‌ସି ଓ ଜେଭି ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ସେଥିରେ 1,67,248 କୋଟି ଟଙ୍କା ବିନିଯୋଗ ହେବ ବୋଲି ଅନୁମାନ କରାଯାଉଛି । ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା 7861 କୋଟି ଟଙ୍କାର କ୍ୟାପେକ୍ସ ପାଣ୍ଠି ବିନିଯୋଗ ହେଲାଣି । ଏହା ମାଧ୍ୟମରେ 76,56,825 ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହାର ହିସାବ ତଳେ ପ୍ରଦାନ କରାଯାଇଛି ।

କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ତୈଳ ଓ ଗ୍ୟାସ କଂପାନୀଗୁଡିକର ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ନିୟମିତଭାବେ କରୁଛନ୍ତି । ଚଳିତ ମାସ 24 ତାରିଖରେ ଏଭଳି ଏକ ବ୍ୟାପକ ସମୀକ୍ଷା କରାଯାଇଥିଲା ।  ସଂକଟକୁ ସୁଯୋଗରେ ପରିଣତ କରିବାରେ ପେଟ୍ରୋଲିୟମ ଓ ବାଷ୍ପ ଉଦ୍ୟୋଗର ଭୂମିକା ଏବଂ ନିଯୁକ୍ତି କ୍ଷେତ୍ରରେ ଏହା କିପରି ମିଶନ ମୋଡରେ କାର୍ଯ୍ୟ କରୁଛି ସେ ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ସମୀକ୍ଷା କରିଥିଲେ । ମିଶନ ମୋଡରେ କାର୍ଯ୍ୟ କରି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ । ଏବେ ଦେଶର ଅର୍ଥନୀତିରେ ଯେଉଁ ଆଶାର କିରଣ ସୃଷ୍ଟି ହୋଇଛି ଏବଂ ଯେଉଁ ପ୍ରାରମ୍ଭିକ ସଫଳତା ମିଳିଛି ସେଥିରେ ତୈଳ ଓ ଗ୍ୟାସ ଉଦ୍ୟୋଗଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଜାତୀୟ ଅର୍ଥନୀତି, ନିଯୁକ୍ତି ସୃଷ୍ଟି ଏବଂ ସାମଗ୍ରୀ ପରିବହନ କ୍ଷେତ୍ରରେ ତୈଳ ଓ ଗ୍ୟାସ ଉଦ୍ୟୋଗର ଉଲ୍ଲେଖନୀୟ ଭୂମିକା ଥିବାରୁ ଏହା ନିଷ୍ଠାର ସହ ନିଜର ଦାୟିତ୍ୱ ନିର୍ବାହ କରୁଛି ।

ଏହିସବୁ ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ ମଧ୍ୟରୁ ପ୍ରାୟ 120 ଲକ୍ଷ କୋଟି ଟଙ୍କା 2020-21ଆର୍ଥିକ ବର୍ଷରେ ବିନିଯୋଗ କରିବାକୁ କାପେକ୍ସ ଧାର୍ଯ୍ୟ ହୋଇଛି । ସେଥିମଧ୍ୟରୁ 2020 ଅଗଷ୍ଟ 15 ସୁଦ୍ଧା ପ୍ରାୟ 26,576 କୋଟି ଟଙ୍କା ବିନିଯୋଗ ହୋଇସାରିଲାଣି । ଏହି ସମୟ ମଧ୍ୟରେ ଶ୍ରମିକମାନଙ୍କ ମଜୁରି ବାବଦରେ 3,258 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏହି 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୋଟ ପ୍ରାୟ 33.8 କୋଟି ଶ୍ରମ ଦିବସ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସୃଷ୍ଟି ହେବ ବୋଲି ହିସାବ କରାଯାଇଛି । ଏହି ଶ୍ରମ ଦିବସ ମଧ୍ୟରୁ 2020-21 ଆର୍ଥିକ ବର୍ଷରେ 9.76 କୋଟି ଶ୍ରମ ଦିବସ ଅଗଷ୍ଟ 15 ସୁଦ୍ଧା ସୃଷ୍ଟି ହୋଇସାରିଛି । ଏହାଛଡା ତୈଳ ଓ ଗ୍ୟାସ ପ୍ରକଳ୍ପର କାର୍ଯ୍ୟକାରିତାରେ ପୁଞ୍ଜି ବ୍ୟୟ ମାଧ୍ୟମରେ 2.2 କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି ହୋଇପାରିଛି ।

ତୈଳ ଓ ବାଷ୍ପ କଂପାନୀ ସମୂହଙ୍କ ରିପୋର୍ଟ ଅନୁସାରେ 2020-21 ଆର୍ଥିକ ବର୍ଷରେ ସେମାନେ 41,672 କୋଟି ଟଙ୍କାର ନିଯୁକ୍ତି ଭିତ୍ତିକ ଓପେକ୍ସ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଇତିମଧ୍ୟରେ 11,296 କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଏହି 41,672 କୋଟି ଟଙ୍କାର ଓପେକ୍ସ ମାଧ୍ୟମରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ ପ୍ରାୟ 14.5 କୋଟି ଶ୍ରମ ଦିବସ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଚଳିତ ଆର୍ଥିକ ବର୍ଷର ଗତ ଅଗଷ୍ଟ 15 ସୁଦ୍ଧା ଏହି ଓପେକ୍ସ ମାଧ୍ୟମରେ ପ୍ରାୟ 4.4 କୋଟି ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।

2020-21 ଆର୍ଥିକ ବର୍ଷରେ କାପେକ୍ସ ଓ ନିଯୁକ୍ତି ଭିତ୍ତିକ ଓପେକ୍ସ ବାବଦରେ ମୋଟ 1.62 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି । ଏହି ଅର୍ଥ ବିନିଯୋଗ କରି ତୈଳ ଓ ବାଷ୍ପ କଂପାନୀମାନେ ଉଭୟ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ 24 କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ସକ୍ଷମ । ବ୍ୟୟ ହେବାକୁ ଥିବା ଏହି ଅର୍ଥ ବିଭିନ୍ନ ପର୍ଯ୍ୟାୟରେ ଅର୍ଥନୀତିରେ ପଶିବ ଏବଂ ଏହାଦ୍ୱାରା ନିଯୁକ୍ତି ସୁଯୋଗ ବଢିବା ସହ ଦେଶର ଅର୍ଥନୀତି ସମୃଦ୍ଧ ହେବ ।

Annexure

List of major on-going Projects of Oil & Gas CPSEs / JVs

Status as on 15/08/2020

Sl. No

Name of project

Company

Project Cost (Rs crore)

CAPEX spent in FY 2020-21

(Rs crore)

1

Poly Addition Project

HMEL

22900

1709

2

Rajasthan Refinery & Petrochemical Limited

HRRL

43129

947

3

Exploratory Drilling in Western Offshore Basin- SW

ONGC

2659

742

4

Visakh Refinery Modernisation Plant

HPCL

26264

685

5

Ennore - Thiruvallur - Bengaluru - Puducherry - Nagapattinam - Madurai - Tuticorin Natural Gas

IOCL

6025

571

6

Development Drilling in Mumbai High Asset

ONGC

1516

514

7

Development Drilling in Neelam & Heera Asset

ONGC

1325

488

8

Ethylene Glycol (MEG) Project at Paradip Refinery

IOCL

5654

346

9

30'' Crude Oil Pipeline in H-B section of PHBPL and Conversion of existing 18" twin pipelines in H-B section from Crude to Product and Gas service

IOCL

3696

313

10

Kochi-Koottanad-Bangalore-Mangalore Project

GAIL

5909

300

11

Paradip - Hyderabad Pipeline

IOCL

3338

200

12

Mumbai High South Redevelopment Phase IV

ONGC

2409

199

13

Motor Spirit Block Project (MSBP) at Kochi Refinery

BPCL

3289

146

14

Propylene Derivative Petrochemical Project (PDPP) at Kochi

BPCL

5246

109

15

Mumbai Refinery Expansion Project

HPCL

5060

103

16

Development of Surface Facilities for Production and Evacuation of Crude Oil and Natural Gas from Nadua and East Khagorijan

OIL

653

78

17

BS VI Project

MRPL

1810

73

18

Life Extension of well platforms

ONGC

2283

72

19

Dobhi-Durgapur Pipeline Project (Section 2 B)

GAIL

2433

58

20

BS VI Project

CPCL

1858

51

21

NCU(Phase-I)expansion along with revamp of MEG & BEU unit and C2-C3 at Panipat Refinery

IOCL

1636

51

22

2 G Ethanol plant (Bio Refinery), Assam

NRL

1750

45

23

LPG Import Facility at Paradip

IOCL

690

27

24

Infrastructure facilities at Gujarat Refinery and Dumad for Koyali-Ahmednagar-Solapur Pipeline

IOCL

906

24

25

Barauni Refinery Capacity Expansion from 6.0 to 9.0 MMTPA

IOCL

14810

10

YB

 

*********

 



(Release ID: 1648582) Visitor Counter : 163