ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ରାୟଗଡ଼ରେ କୋଠା ଭୁଶୁଡ଼ି ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 25 AUG 2020 10:28AM by PIB Bhubaneshwar

ମହାରାଷ୍ଟ୍ର ରାଗଡ଼ର ମହାଡ଼ଠାରେ କୋଠା ଭୁଶୁଡ଼ି ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ରାଗଡ଼ର ମହାଡଠାରେ କୋଠା ଭୁଶୁଡ଼ିବା ଘଟଣାରେ ମୁଁ  ଦୁଃଖିତ । ସମ୍ପର୍କୀୟ ମାନଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ମୋର ସମବେଦନା ରହିଛି । ଆହତମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମୁଁ ପ୍ରାର୍ଥନା କରୁଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ୍ ରହି ଯଥା ସମ୍ଭବ ସହାୟତା ଯୋଗାଉଛନ୍ତି ।

 

*************



(Release ID: 1648491) Visitor Counter : 134