ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ମୋଟର ଯାନ ଡକ୍ୟୁମେଣ୍ଟ ବୈଧତା ଚଳିତ ବର୍ଷ ଡିସେମ୍ବର ଯାଏ ସମ୍ପ୍ରସାରଣ

Posted On: 24 AUG 2020 3:45PM by PIB Bhubaneshwar

ମୋଟର ଯାନ ଆଇନ, 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, 1989 ଅଧୀନରେ ଫିଟନେସ୍, ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ଡକ୍ୟୁମେଣ୍ଟର ବୈଧତାକୁ 2020 ଡିସେମ୍ବର 31 ଯାଏଁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଏହାପୂର୍ବରୁ ମୋଟର ଯାନ ଆଇନ, 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, 1989 ସହ ଜଡ଼ିତ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ନେଇ ମନ୍ତ୍ରଣାଳୟ ମାର୍ଚ୍ଚ 30 ଜୁନ୍ 9ରେ ଆଦେଶନାମା ଜାରି କରିଥିଲା ଏଥିରେ କୁହାଯାଇଥିଲା ଫିଟନେସ୍, ପରମିଟ୍ (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏହାସହ ଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟକୁ 2020 ସେପ୍ଟେମ୍ବର 30 ଯାଏଁ ବୈଧ ଭାବେ ବିବେଚନା କରାଯିବ

ସାରା ଦେଶରେ କୋଭିଡ୍-19 ସଂକ୍ରମଣ ଜାରି ରହିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟର ବୈଧତାକୁ ପୁନଶ୍ଚ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି ଏହା ଅଧୀନରେ ଲକଡାଉନ୍ କାରଣରୁ ଯେଉଁସବୁ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ ଏବଂ 2020 ଫେବ୍ରୁଆରୀ 1 ପରଠାରୁ ଏକ୍ସପାଏରୀ ହୋଇଯାଇଥିବା କିମ୍ବା 2020 ଡିସେମ୍ବର 31 ସୁଦ୍ଧା ଏକ୍ସପାଏରୀ ହେବାକୁ ଯାଉଥିବା ସମସ୍ତ ଡକ୍ୟୁମେଣ୍ଟକୁ 2020 ଡିସେମ୍ବର 31 ଯାଏଁ ବୈଧ ଭାବେ ବିବେଚନା କରାଯିବ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଏଭଳି ଡକ୍ୟୁମେଣ୍ଟକୁ 2020 ଡିସେମ୍ବର 31 ପର୍ଯ୍ୟନ୍ତ ବୈଧ ଭାବେ ବିଚାର କରିବେ ବୋଲି ପରାମର୍ଶ ଦିଆଯାଇଛି

ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟର ଏହି ପଦକ୍ଷେପ ଦେଶର ନାଗରିକଙ୍କୁ ପରିବହନ ସମ୍ପର୍କିତ ସେବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି

 

**********



(Release ID: 1648297) Visitor Counter : 251