ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଡୁକ୍କିର ରାଜାମଲାଇରେ ଭୂସ୍ଖଳନ ଜନିତ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା
Posted On:
07 AUG 2020 7:30PM by PIB Bhubaneshwar
ଇଡୁକ୍କିର ରାଜାମଲାଇରେ ଭୂସ୍ଖଳନ ଜନିତ ମୃତ୍ୟୁ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, “ଇଡୁକ୍କିର ରାଜାମଲାଇରେ ଭୂସ୍ଖଳନ ଜନିତ ଜୀବନହାନି ଯୋଗୁଁ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପୀଡିତଙ୍କୁ ସହାୟତା ପ୍ରଦାନ କରିବା ଲାଗି ଏନଡିଆରଏଫ ଏବଂ ପ୍ରଶାସନ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ”।
ଏନେଇ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
**********
(Release ID: 1648222)
Visitor Counter : 183
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam