ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନକରେ ରେକର୍ଡ ସଂଖ୍ୟକ 63,631 ରୋଗୀ ସୁସ୍ଥ

• 22 ଲକ୍ଷ ଟପିଲା ଆରୋଗ୍ୟ ହାର
• ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 15 ଲକ୍ଷରୁ ଅଧିକ

Posted On: 22 AUG 2020 3:33PM by PIB Bhubaneshwar

ମଧ୍ୟରେ ରେକର୍ଡ ସଂଖ୍ୟକ 63,631 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ଅଧିକରୁ ଅଧିକ କୋଭିଡ-19 ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଆରୋଗ୍ୟ ହାର 74.69 ପ୍ରତିଶତରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି 1.87 ପ୍ରତିଶତରେ ପହଞ୍ଚିଛି

ଦେଶରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ (6,97,330)ତୁଳନାରେ 15 ଲକ୍ଷରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ଫଳତଃ ସକ୍ରିୟ ରୋଗୀଙ୍କ ସଂଖ୍ୟା ସୁସ୍ଥଙ୍କ ତୁଳନାରେ ବର୍ତ୍ତମାନ ମାତ୍ର 23.43 ପ୍ରତିଶତରେ ପହଞ୍ଚିଛି । ବ୍ୟାପକ ନମୁନା ପରୀକ୍ଷଣ, ପର୍ଯ୍ୟାପ୍ତ ଯାଞ୍ଚ ଓ ଚିହ୍ନଟ ତଥା ଦକ୍ଷ ଉପଚାର ଯୋଗୁଁ ରୋଗୀମାନେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି । ଏଥିରୁ କୋଭିଡ-19ର ମୁକାବିଲା ନେଇ ଦେଶ ଆପଣେଇଥିବା ରଣନୀତି ବେଶ ସଫଳ ହୋଇଛି । ବ୍ୟାପକ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ନେଇ ବ୍ୟାପକ ଘରକୁ ଘର ସର୍ଭେ ଯୋଗୁଁ ସଂକ୍ରମିତମାନଙ୍କୁ ସଅଳ ଠାବ କରାଯାଇପାରିଛି । ସ୍ଵଳ୍ପ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଉଥିବା ବେଳେ କୋଭିଡ ନିୟମାବଳୀ ଅନୁସାରେ ଜଟିଳ ଓ ଅତ୍ୟନ୍ତ ସଂକଟାପନ୍ନ ରୋଗୀମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1647944) Visitor Counter : 198