ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ 'ହରିତ ପଥ' ମୋବାଇଲ ଆପର ଶୁଭାରମ୍ଭ; ରାସ୍ତାକଡ ବୃକ୍ଷରାଜି ଉପରେ ରଖିବ ନଜର

● ଏନଏଚଏଆଇର ରୌପ୍ୟ ଜୟନ୍ତୀ ଅବସରରେ 25 ଦିନରେ ରୋପଣ କରିଛି 25 ଲକ୍ଷ ଚାରା

Posted On: 21 AUG 2020 3:16PM by PIB Bhubaneshwar

ସଡକ ପରିବହନ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ହରିତ ପଥ ନାମକ ଏକ ମୋବାଇଲ ଆପ ବିକଶିତ ହୋଇଛି ଏହି ଆପ ଜରିଆରେ ଏହାର ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଅଧୀନରେ ଥିବା ବୃକ୍ଷ ପ୍ରକଳ୍ପ, ଏହାର ଲକ୍ଷ୍ୟ, ପ୍ରଗତି ରକ୍ଷଣାବେକ୍ଷଣ ଇତ୍ୟାଦି ଉପରେ ନଜର ରଖାଯିବ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ଏହି ଆପର ଉଦ୍ଘାଟନ କରିଛନ୍ତି

ଦେଶରେ 25 ବର୍ଷ ଧରି ସେବା ଯୋଗାଉଥିବା ଏନଏଚଏଆଇ ହରିତ ଭାରତ ସଂକଳ୍ପ ଯୋଜନା ହାତକୁ ନେଇଛି ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଏହି ଯୋଜନା ଅଧୀନରେ ଏନଏଚଏଆଇ 25 ଦିନରେ 25 ଲକ୍ଷ ଚାରା ରୋପଣ କରିଛି ଦେଶର ବିଭିନ୍ନ ରାଜପଥର କଡେ କଡେ ଜୁଲାଇ 21ରୁ ଅଗଷ୍ଟ 15 ମଧ୍ୟରେ ଏହି ଚାରା ରୋପଣ କାର୍ଯ୍ୟ କରାଯାଇଛି ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ 35.22 ଲକ୍ଷ ଚାରା ରୋପଣ କରାଯାଇଛି

ଜାତୀୟ ରାଜପଥଗୁଡିକୁ ସବୁଜିମାରେ ଭରିବା ପାଇଁ ଏନଏଚଏଆଇ ଆଞ୍ଚଳିକ କାର୍ଯ୍ୟଳୟ ପକ୍ଷରୁ ଏହି ଦେଶବ୍ୟାପୀ ଚାରା ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି ଉତ୍ତରପ୍ରଦେଶରେ ସର୍ବାଧିକ 5 ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ, ରାଜସ୍ଥାନରେ 3 ଲକ୍ଷ ମଧ୍ୟପ୍ରଦେଶରେ 2.67 ଲକ୍ଷ ଚାରା ରୋପଣ କରାଯାଇଛି ସବୁ ଗଛ ଯେପରି ବଞ୍ଚି ରହେ ସେଥିପାଇଁ ଗଛ ଚାରିପଟେ 1.5ମିଟର ଉଚ୍ଚତାର ବାଡ ମଧ୍ୟ ଦିଆଯାଇଛି

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଗଛଗୁଡ଼ିକର ଅଭିବୃଦ୍ଧି ଉପରେ ନଜର ରଖିବା ପାଇଁ ଏହାର ଚିତ୍ର ଅନ୍ୟାନ୍ୟ ତଥ୍ୟାବଳି ହରିତ ପଥ ଆପରେ ପ୍ରତି ତିନିମାସରେ ଲୋଡ କରାଯାଉଛି ରାଜପଥ ଠିକାଦାରମାନେ ଏହିସବୁ ଗଛର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଅଛନ୍ତି ଗଚଗୁଡ଼ିକର ଅଭିବୃଦ୍ଧି ଉପରେ ସେମାନଙ୍କର ଦେୟ ପଇଠକୁ ଯୋଡା ଯାଇଛି ଏହି ଆପ ଉଦଘାଟନ ଠିକ ପରେ ପରେ 150ରୁ ଉର୍ଦ୍ଧ୍ଵ ଆଞ୍ଚଳିକ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଶେଷଜ୍ଞ ଏହାର ୟୁଜର ଆଇଡି ଦ୍ଵାରା କାମ ଆରମ୍ଭ କରିଛନ୍ତି

ଜାତୀୟ ରାଜପଥଗୁଡିକରେ ପରିବେଶ ଭାରସାମ୍ୟ ରଖିବା ପାଇଁ ଏନଏଚଏଆଇ ପକ୍ଷରୁ ବ୍ୟାପକ ଚାରା ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି ଚଳିତ ବର୍ଷ ଏନଏଚଏଆଇ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଘରୋଇ ସଂସ୍ଥାର ସହଯୋଗରେ 72 ଲକ୍ଷ ଚାରା ରୋପଣ ପାଇଁ ଯୋଜନା କରିଛି ଏନଏଚଏଆଇ ବୃକ୍ଷ, ଜଙ୍ଗଲ, କୃଷି ଉଦ୍ୟାନକୃଷି ବିଶେଷଜ୍ଞମାନଙ୍କୁ ଏକ୍ଷେତ୍ରରେ ନିୟୋଜିତ କରିଛି ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ବୃକ୍ଷରାଜିର ରକ୍ଷଣାବେକ୍ଷଣ ପାଇଁ ଦୁଇ ଜଣ ଲେଖାଏଁ ଉଦ୍ୟାନକୃଷି ବିଶେଷଜ୍ଞଙ୍କୁ ନିୟୋଜିତ କରିଛି ଏନଏଚଏଆଇ ବୃକ୍ଷ ରୋପଣକୁ ଛାଡି ରାଜପଥ କଡରେ ଯେଉଁଠି ଆବଶ୍ୟକ ଗଛଗୁଡିକର ପ୍ରତିରୋପଣ ଉପରେ ମଧ୍ୟ ଧ୍ୟାନ ଦେଉଛି ବୃକ୍ଷ ରୋପଣ ହୋଇଥିବା ସମସ୍ତ ଅଞ୍ଚଳ ହେବାକୁ ଥିବା ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏକ ଡାଟାବେସ ମଧ୍ୟ ପ୍ରସ୍ତୁତ କରିଛି ରାଜପଥଗୁଡିକୁ ସବୁଜିମାରେ ଭରିବା ପାଇଁ ହରିତ ପଥ ମୋବାଇଲ ଆପ ବିଶେଷଭାବେ ସହାୟକ ହୋଇପାରିବ

 

**********

       

 


(Release ID: 1647744) Visitor Counter : 224