ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଗୁରୁ ଗ୍ରନ୍ଥ ସାହୀବଙ୍କ ପ୍ରକାଶ ପର୍ବରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2020 7:54PM by PIB Bhubaneswar

ଶ୍ରୀ ଗୁରୁ ଗ୍ରନ୍ଥ ସାହୀବଙ୍କ ପ୍ରଥମ ପ୍ରକାଶ ପର୍ବ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, "ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀ ଆମକୁ ସେବା, ଦୟା ଏବଂ ସୌହାର୍ଦ୍ଦ୍ୟର ଶିକ୍ଷା ଦେଇଛନ୍ତି ଏହା ଏକ ନ୍ୟାୟପୂର୍ଣ୍ଣ ଓ ସମାନତା ସମ୍ପନ୍ନତା ସମାଜ ଆଡକୁ ଆମକୁ ମାର୍ଗ ଦେଖାଏ ଏହା ମଧ୍ୟ ଆମକୁ ଅନ୍ୟାୟ ଆଗରେ ନତମସ୍ତକ ନହେବାକୁ ଶିଖାଏ ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀଙ୍କର ପ୍ରଥମ ପ୍ରକାଶ ପର୍ବରେ ଶୁଭେଚ୍ଛା

ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀ ଏହାର ପବିତ୍ର ଶିକ୍ଷା ଦ୍ଵାରା ସମଗ୍ର ବିଶ୍ୱକୁ ଆଲୋକିତ କରିଛି

ଏହାଦ୍ୱାରା ଅନୁପ୍ରାଣିତ ହୋଇ ଶିଖମାନେ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗାମୀ ସେବା କରିଆସୁଛନ୍ତି ସେମାନଙ୍କର ସାହସ ଏବଂ ଦୟାଭାବ ପ୍ରଶଂସନୀୟ

ଶ୍ରୀ ଗୁରୁ ଗ୍ରନ୍ଥ ସାହୀବ ଜୀ ମାନବିକତାକୁ ସବୁଦିନ ପାଇଁ ମାର୍ଗଦର୍ଶନ କରିଚାଲନ୍ତୁ

 

**********

 


(ରିଲିଜ ଆଡି: 1647470) ପରିଦର୍ଶକ କାଉଣ୍ଟର : 224