ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନକରେ ରେକର୍ଡ ସଂଖ୍ୟକ 9 ଲକ୍ଷରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷଣ

• ଆଜି ନିୟୁତ ପିଛା ପରୀକ୍ଷଣ 23,668ରେ ପହଞ୍ଚିଲା

प्रविष्टि तिथि: 20 AUG 2020 1:39PM by PIB Bhubaneshwar

ଦୈନିକ ନମୁନା ପରୀକ୍ଷଣରେ ଭାରତ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି

ପ୍ରଥମଥର ପାଇଁ ଗୋଟିଏ ଦିନରେ 9 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି ଗତ 24 ଘଣ୍ଟା ମଧ୍ୟରେ 9,18,470 ନମୁନା ପରୀକ୍ଷା କରାଯିବା ଯୋଗୁଁ ଦେଶ ଖୁବଶୀଘ୍ର ଦିନକୁ 10 ଲକ୍ଷ ନମୁନା ପରିକ୍ଷଣର ନିକଟତର ହୋଇପାରିଛି

ଏଥିପାଇଁ ମୋଟ ନମୁନା ପରୀକ୍ଷା ସଂଖ୍ୟା 3.25 କୋଟିରୁ ଊର୍ଦ୍ଧ୍ଵ (3,26,61,252)ରେ ପହଞ୍ଚିଛି

ରୋଗ ନିରୂପଣ ପାଇଁ ଅଧିକ ନମୁନା ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛିଫଳତଃ 1 ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ 23,668ରେ ପହଞ୍ଚିଛି । ଏହି ଧାରା କ୍ରମଶଃ ଅଧିକରୁ ଅଧିକ ହେବାରେ ଲାଗିଛି ଅଧିକରୁ ଅଧିକ ପରୀକ୍ଷା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି । ଯଦିଓ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ଆରମ୍ଭରୁ ବୃଦ୍ଧି ପାଉଛି, ତେବେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଭିଜ୍ଞାତା ଅନୁସାରେ ଏହା ଶୀଘ୍ର ଏକାନ୍ତବାସ, ସକ୍ରିୟଙ୍କୁ ଚିହ୍ନଟ କରିବା ଓ ଉତ୍ତମ ଉପଚାର ଯୋଗୁଁ କ୍ରମଶଃ ହ୍ରାସ ପାଇବା ଲକ୍ଷ୍ୟ କରାଯାଇଛି ଜାତୀୟ ସଂକ୍ରମଣ ହାର ଶତକଡା 8 ଥିବା ବେଳେ 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଜାତୀୟ ହାରଠାରୁ ମଧ୍ୟ ନିମ୍ନରେ ରହିଛିଦେଶବ୍ୟାପୀ ନମୁନା ପରୀକ୍ଷାଗାର ମଧ୍ୟ ବୃଦ୍ଧି ପାଉଛି 977ଟି ସରକାରୀ ଓ 517ଟି ଘରୋଇକୁ ମିଶାଇ 1494ଟି ପରୀକ୍ଷାଗାରରେ ଆଜି ନମୁନା ପରୀକ୍ଷଣ କରାଯାଉଛି

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 

 

 

 


(रिलीज़ आईडी: 1647427) आगंतुक पटल : 287
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam