ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ବୁଲା ବିକାଳିମାନଙ୍କ ପାଇଁ ଋଣ ଆବେଦନ ସକାଶେ ଏକ ସହଜ ଉପଯୋଗକର୍ତ୍ତା ଅନୁକୂଳ ଡିଜିଟାଲ ଇଣ୍ଟରଫେସ୍‌ ମୋବାଇଲ୍‌ ଆପ୍‌ର ଶୁଭାରମ୍ଭ

• ରାଜ୍ୟମାନେ ବୁଲା ବିକାଳିଙ୍କ ଲାଗି ମୁଦ୍ରା/ଡ଼େ-ଏନୟୁଏଲଏମ ଋଣ ଜରିଆରେ ପାରମ୍ପରିକ ଠେଲାଗାଡ଼ି ବଦଳରେ ଆଧୁନିକ ଗାଡ଼ି ଆଦି କ୍ରୟ କରିବା ନିମନ୍ତେ ଏହିଭଳି ଅନ୍ୟାନ୍ୟ ଆର୍ଥିକ ଉତ୍ଥାନ ଯୋଜନା ଆରମ୍ଭ କରିବା ଦିଗରେ ପ୍ରୋତ୍ସାହିତ ହେବା ଉଚିତ
• ଏକ ଅନୁକୂଳ ବାତାବରଣ ମଧ୍ୟରେ ହିତାଧିକାରୀମାନେ ସେମାନଙ୍କର ଏକ ଫୋରମ ଗଠନ ନିମନ୍ତେ ରାଜ୍ୟମାନେ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆବଶ୍ୟକ
• ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ଉଦ୍ଦେଶ୍ୟ ହେଲା ବୁଲାବିକାଳିଙ୍କୁ ସହରାଞ୍ଚଳ ଅର୍ଥବ୍ୟବସ୍ଥା ସହ ଆନୁଷ୍ଠାନିକ ଭାବେ ସଂଶ୍ଳିଷ୍ଟ କରିବା ଏବଂ ସେମାନଙ୍କୁ ଅନ୍ୟାନ୍ୟ ଦାରିଦ୍ର୍ୟ ଦୂରୀକରଣ ପ୍ୟାକେଜ୍‌ ସହ ସାମିଲ କରିବା
• ଏହି ଯୋଜନା ଦ୍ୱାରା 50 ଲକ୍ଷରୁ ଅଧିକ ବୁଲା ବିକାଳୀ ଯେଉଁମାନେ କି ମାର୍ଚ୍ଚ 24, 2020 ଠାରୁ ବୁଲା ବିକ୍ରେତା ଭାବେ ଜୀବିକା ନିର୍ବାହ କରୁଥିବେ, ସେମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହୋଇପାରିବେ; ସହରାଞ୍ଚଳ ସମେତ ଯେଉଁମାନେ ଅର୍ଦ୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ଏଭଳି ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ ଉପକୃତ ହୋଇପାରିବେ
• ଏଭଳି ବୁଲା ବିକାଳିମାନଙ୍କ ସକାଶେ ଏହି ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ନିମନ୍ତେ କେନ୍ଦ୍ର ଗୃହନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ

Posted On: 19 AUG 2020 1:34PM by PIB Bhubaneshwar

କେନ୍ଦ୍ର ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ  ଦେଶର ବିଭିନ୍ନ ରାଜ୍ୟର ସହରାଞ୍ଚଳ ବିକାଶ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସହରାଞ୍ଚଳ ବିକାଶ ସଚିବ/ ପ୍ରମୁଖ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡ଼ିଜିପି), କଲେକ୍ଟର/ ଏସ ପି/ ଏଏସଏପି/ ନଗରପାଳ/ 125ଟି ସହରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଷ୍ଟ୍ରୀଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ-ସ୍ୱନିଧି) ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଯୋଜନା ଦ୍ୱାରା ଉପକୃତ ହେଉଥିବା ରାସ୍ତାର ବୁଲା ବିକାଳିମାନେ ନିଜ ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିବା ନିମନ୍ତେ ଋଣ ଉପଲବ୍ଧ କରିବା ଲାଗି ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ଏଭଳି ବୁଲା ବିକାଳୀମାନଙ୍କୁ ଋଣ ସୁବିଧା ଯୋଗାଇ ଦିଆଯିବ, କିନ୍ତୁ ଏହା ସୁନିଶ୍ଚିତ କରାଯିବା ଆବଶ୍ୟକ ଯେ ସେମାନେ ଯେଭଳି ଏକ ଉତ୍ପୀଡ଼ନମୁକ୍ତ ବାତାବରଣ ମଧ୍ୟରେ ବ୍ୟବସାୟ ଜାରି ରଖିବାକୁ ସକ୍ଷମ ହୋଇପାରୁଥିବେ । ଏହି ବୈଠକରେ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ବିଭାଗୀୟ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ୟୁଏଲବି ଅଧିକାରୀମାନଙ୍କ ନିମନ୍ତେ ଏକ ନୂତନ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି ।  ଏହି ଆପ୍‌ର ଉଦ୍ଦେଶ୍ୟ ହେଲା ରାସ୍ତାର ବୁଲା ବିକାଳୀମାନଙ୍କ ଋଣ ଯୋଗାଣ ନିମନ୍ତେ ସେମାନଙ୍କ ଆବେଦନ ପତ୍ରକୁ ୟୁଏଲବି ଅଧିକାରୀମାନଙ୍କ ପାଇଁ ଉପଯୋଗକର୍ତ୍ତା ଅନୁକୂଳ ଡିଜିଟାଲ ଇଣ୍ଟରଫେସ୍‌ ଉପଲବ୍ଧ କରାଇବା

ମନ୍ତ୍ରୀ ଶ୍ରୀ ପୁରୀ ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏ ସଂପର୍କରେ ସବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସେହିଭଳି ସେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଠାରୁ ସେମାନଙ୍କର ମତାମତ ମଧ୍ୟ ଆହ୍ୱାନ କରିଥିଲେ । ସେହିଭଳି ରାଜ୍ୟମାନଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରୀ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ପିଏମ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରମୁଖ ହିତଧାରକମାନଙ୍କ ସହିତ ବୈଠକ ଆୟୋଜନ କରିବା ଏବଂ ରାସ୍ତାରେ ବୁଲିବୁଲି ନିଜର ବ୍ୟବସାୟ କରୁଥିବା କ୍ଷୁଦ୍ର ବିକାଳୀମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ତଥା ସୁନିଶ୍ଚିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ସହରାଞ୍ଚଳ ବିକାଶ ମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ଯେ ମନ୍ତ୍ରଣାଳୟ ଅନ୍ୟାନ୍ୟ ସରକାରୀ କଲ୍ୟାଣ ଯୋଜନା ଯଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ଆୟୁଷ୍ମାନ ଭାରତ, ଉଜ୍ଜ୍ୱଳା, ଜନ ଧନ ଯୋଜନା, ସୌଭାଗ୍ୟ, ଡିଏୱାଇ-ଏନୟୁଏଲଏମ ଆଦିରେ ନିଜର କାର୍ଯ୍ୟକ୍ରମକୁ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ଲାଭାର୍ଥୀମାନଙ୍କ ସଂପୂର୍ଣ୍ଣ ସାମାଜିକ ଆର୍ଥିକ ପୃଷ୍ଠଭୂମିର ସୂଚୀ ପ୍ରସ୍ତୁତ କରିବା ଆବଶ୍ୟକ । ଏହି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମତ ପୋଷଣ କରିଥିଲେ ଯେ ରାଜ୍ୟ ସରକାରଙ୍କୁ ବୁଲାବିକାଳୀମାନଙ୍କୁ ପାରମ୍ପରିକ ଠେଲା ବଦଳରେ ଆଧୁନିକ ଠେଲା କ୍ରୟ କରିବା ସକାଶେ ମୁଦ୍ରା/ଡିଏୱାଇଏନୟୁଏଲଏମ ଭଳି ଅନ୍ୟ ଯୋଜନାଗୁଡ଼ିକୁ ସଂପ୍ରସାରଣ କରିବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପୁଲିସ/ ନଗରପାଳିକାର ଅଧିକାରୀମାନଙ୍କ ଦ୍ୱାରା ବୁଲା ବିକାଳୀମାନଙ୍କୁ ସକଳ ପ୍ରକାର ଉତ୍ପୀଡ଼ନ ସଂପର୍କରେ ଅବଗତ କରାଯିବା ତଥା  ଦାୟିତ୍ୱସମ୍ପନ୍ନ ଅଧିକାରୀମାନଙ୍କ ଦ୍ୱାରା ଏଭଳି ଉତ୍ପୀଡ଼ନ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହା ବ୍ୟତୀତ, ଲାଭାର୍ଥୀମାନେ ଯେଭଳି ସେମାନଙ୍କର ସମସ୍ତ ଅଭିଯୋଗ ସହଜରେ ଦାଖଲ କରିପାରିବେ ସେଥିପାଇଁ ଅନୁକୂଳ ବାତାବରଣ ଉପଲବ୍ଧ କରାଇବାକୁ ଜିଲ୍ଲା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ଏଭଳି ମଞ୍ଚ ଗଠିତ ହେବା ଆବଶ୍ୟକ ଯେଉଁଥିରେ ପୁଲିସ/ ୟୁଏଲବି ଏବଂ ଅନ୍ୟ ସମ୍ବନ୍ଧୀତ ବିଭାଗମାନଙ୍କର ପ୍ରତିନିଧିମାନେ ସାମିଲ ରହିଥିବେ । ଏଭଳି ଫୋରମର ବୈଠକ ମାସକୁ ଅତି କମ୍‌ରେ ଥରେ ନିଶ୍ଚିତ ଭାବେ ଅନୁଷ୍ଠିତ ହେଉଥିବା ଆବଶ୍ୟକ ।

ମନ୍ତ୍ରୀ ଶ୍ରୀ ପୁରୀ କହିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଥି ଯୋଜନା କେବଳ ଆର୍ଥକି ସହାୟତା ଯୋଗାଇ ଦେବା ସକାଶେ ଗୋଟିଏ ଛୋଟ ଯୋଜନା ମାତ୍ର ନୁହେଁବରଂ, ଏହା ବୁଲାବିକାଳୀମାନଙ୍କୁ ସହରାଞ୍ଚଳ ଅର୍ଥ ବ୍ୟବସ୍ଥାରେ ଔପଚାରିକ ଭାବେ ସ୍ଥାନୀତ କରି ବିଭିନ୍ନ ସରକାରୀ ଯୋଜନାଗୁଡ଼କ ପର୍ଯ୍ୟନ୍ତ ସେମାନଙ୍କ ପହଞ୍ଚକୁ ସହଜ କରିପାରିଛି । ଏହା ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ ସକାଶେ ସଂପୂର୍ଣ୍ଣ ରୂପେ ଏକ ପ୍ୟାକେଜ୍‌ ପ୍ରଦାନ କରାଯିବାର ଏକ ମହତ୍ତ୍ୱାକାଂକ୍ଷି ଉଦ୍ଦେଶ୍ୟ ଏହା ପଛରେ ନିହିତ ରହିଛି । ସେ କହିଲେ ଯେ ଡିଏଫଏସ ସହିତ ସମନ୍ୱୟ ରକ୍ଷକା କରି ଋଣ ଉପଲବ୍ଧ କରୁଥିବା ସ୍ଥାନାମାନଙ୍କ ସହିତ ଭବିଷ୍ୟତରେ ମଧ୍ୟ ଏହିଭଳି ଆହୁରି ଅନେକ ବୈଠକ କରାଯିବ ।

ଜୁଲାଇ 2, 2020 ଦିନ ପ୍ରଧାନମନ୍ତ୍ରୀ ସ୍ୱନିଧି ପୋର୍ଟାଲରେ ଆବେଦନକାରୀମାନଙ୍କ ଦ୍ୱାରା ଅନଲାଇନରେ ଆବେଦନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହି ସମୟ ଠାରୁ ଏପର୍ଯ୍ୟନ୍ତ 5.68 ଲକ୍ଷରୁ ଅଧିକ ଆବେଦନ ପତ୍ର ପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ର 1.30 ଲକ୍ଷରୁ ଅଧିକ ଋଣ ଆବେଦନକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଭେଣ୍ଡରମାନଙ୍କ ଘର ଦ୍ୱାରମୁହଁ ପର୍ଯ୍ୟନ୍ତ ମାଇକ୍ରୋ କ୍ରେଡିଟର ସୁବିଧା ପହଞ୍ଚାଯିବାର ପ୍ରୟୋଜନ ଫଳରେ ମନ୍ତ୍ରଣାଳୟ ଦ୍ୱାରା ଋଣ ଯୋଗାଣକାରୀ ସଂସ୍ଥାମାନଙ୍କ ପାଇଁ ପୂର୍ବରୁ ଏକ ମୋବାଇଲ୍‌ ଆପ୍‌ର ଶୁଭାରମ୍ଭ ହୋଇସାରିଛି ତଥା ଗୁଗଲ ପ୍ଲେ ଷ୍ଟୋରରେ ଏହା ଉପଲବ୍ଧ ରହିଛି ।

ପିଏମ ସ୍ୱନିଧି ଯୋଜନା ମନ୍ତ୍ରଣାଳୟ ଦ୍ୱାରା ଜୁନ 01, 2020କୁ ଷ୍ଟ୍ରୀଟ୍‌ ଭେଣ୍ଡରମାନଙ୍କୁ ନିଜର ଜୀବନଜୀବିକା, ଯେଉଁମାନେ କି କୋଭିଡ଼-19 ମହାମାରୀ ସଂକ୍ରମଣ ଜନିତ ଲକ୍‌ ଡାଉନ୍‌  କାରଣରୁ ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ନିଜ ନିଜର ବ୍ୟବସାୟ ପୁଣି ଥରେ ଆରମ୍ଭ କରିବା ନମନ୍ତେ କାର୍ଯ୍ୟକାରୀ ପୁଞ୍ଜି ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେଇଥିପାଇଁ ଏଭଳି ଆପ୍‌ର ଶୁଭାରମ୍ଭ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି 50 ଲକ୍ଷରୁ ଅଧିକ ବୁଲାବିକାଳୀଙ୍କୁ, ଯେଉଁମାନେ ମାର୍ଚ୍ଚ 24, 2020 ଦିନ କିମ୍ବା ତାପୂର୍ବରୁ ଅର୍ଦ୍ଧ ସହରୀ/ ଗ୍ରାମୀଣ କ୍ଷେତ୍ରର ନିକଟବର୍ତ୍ତୀ ସହିତ ସହରାଞ୍ଚଳରେ ନିଜ ନିଜର ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିଲେ, ସେମାନଙ୍କୁ ଲାଭ ପହଞ୍ଚାଇବା । ଏହି ଯୋଜନା ମାଧ୍ୟମରେ ଭେଣ୍ଡରମାନେ 10 ହଜାର ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ବାବଦକୁ ଋଣ ଗ୍ରହଣ କରିପାରିବେ ଯାହା ଏକ ବର୍ଷ ଅବଧି ମଧ୍ୟରେ ସେମାନଙ୍କୁ ମାସିକ କିସ୍ତି ହିସାବରେ ପରିଶୋଧ କରିବାକୁ ବ୍ୟବସ୍ଥା କରାଯାଇଛି ।

ଋଣକୁ ନିର୍ଦ୍ଧାରିତ ସମୟରେ କିମ୍ବା ତାପୂର୍ବରୁ ହିଁ ପରିଶୋଧ କରିବା ସ୍ଥିତିରେ ହିତାଧିକାରୀମାନଙ୍କ ଜମାଖାତାରେ ତ୍ରୈମାସିକ ଆଧାରରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ବାର୍ଷିକ 7 ପ୍ରତିଶତ ସବସିଡ଼ି କ୍ରେଡ଼ିଟ୍‌ ଲପଲବ୍ଧ ହେବ । ଋଣକୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ପରିଶୋଧ ଉପରେ କୌଣସି ଆର୍ଥିକ ଦଣ୍ଡର ବ୍ୟବସ୍ଥା ନାହିଁ ।  ଏହି ଯୋଜନା ମାସିକ 100 ଟଙ୍କା ପର୍ଯ୍ୟନ୍ତ ରାଶି ଉପରେ କ୍ୟାସ୍‌ ବ୍ୟାକ୍‌ ମାଧ୍ୟମରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପ୍ରଦାନ କରିବ । ଭେଣ୍ଡରମାନେ ନେଇଥିବା ଋଣକୁ ନିର୍ଦ୍ଧାରିତ ସମୟସୀମା ଭିତରେ/ ତାହା ପୂର୍ବରୁ ପରିଶୋଧ କରିବା ସ୍ଥଳରେ କ୍ରେଡ଼ିଟ୍‌ ସୀମାର ବୃଦ୍ଧି ସୁବିଧାର ଲାଭ ଉଠାଇପାରିବେ ଏବଂ ଆର୍ଥକ ହିସାବରେ ଆଗକୁ ଅଭିବୃଦ୍ଧି କରିବା ସକାଶେ ନିଜର ମହତ୍ତ୍ୱାକାଂକ୍ଷାକୁ ମଧ୍ୟ ସାକାର କରିପାରିବେ ।

 

**********



(Release ID: 1647144) Visitor Counter : 194