ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଘରୋଇ ଟିକା ଉତ୍ପାଦନକାରୀଙ୍କୁ ଭେଟିଲେ ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ

ପୋଷ୍ଟ କରାଯିବା ଦିନାଙ୍କ: 17 AUG 2020 7:53PM by PIB Bhubaneswar

ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ ଆଜି ଅଗ୍ରଣୀ ଘରୋଇ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେ; ଭାରତ ବାୟୋଟେକ, ହାଇଦ୍ରାବାଦ; ଜାଇଡସ କାଡିଲା, ଅହମ୍ମଦାବାଦ; ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ପୁଣେ; ଏବଂ ବାୟୋଲୋଜିକାଲ ଇ, ହାଇଦ୍ରାବାଦଙ୍କୁ ଭେଟିଛନ୍ତି ଏହି ବୈଠକ ଅତି ଫଳପ୍ରଦ ଥିଲା

ବୈଠକରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ଵଦେଶୀ ଉତ୍ପାଦନକାରୀଙ୍କ ଦ୍ଵାରା ବିକଶିତ ବିଭିନ୍ନ ଟିକାର ବର୍ତ୍ତମାନ ସ୍ଥିତି ତଥା କେନ୍ଦ୍ର ସରକାରଙ୍କ ଠାରୁ ସେମାନେ କଣ ଆଶା କରୁଛନ୍ତି ସେ ବିଷୟରେ ସୂଚନା ପାଇଥିଲେ   

 

**********


(ରିଲିଜ ଆଡି: 1646570) ପରିଦର୍ଶକ କାଉଣ୍ଟର : 256