ଉପରାଷ୍ଟ୍ରପତିଙ୍କ ସଚିବାଳୟ
ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Posted On:
14 AUG 2020 4:28PM by PIB Bhubaneshwar
ସ୍ଵାଧୀନତା ଦିବସ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଜନସାଧାରଣକୁ ଏକ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସ୍ଵାଧୀନତା ଦିବସର ପବିତ୍ର ଅବସରରେ ମୁଁ ମୋ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଆଜି ଆମେ 74ତମ ସ୍ଵାଧୀନତା ଦିବସ ପାଳନ କରୁଛେ । ଦେଶକୁ ସ୍ଵାଧୀନ କରି ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ନିମନ୍ତେ ଯେଉଁ ଅସଂଖ୍ୟ ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ମୁଁ ସେମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଦେଶର ସ୍ଵାଧୀନତା ପାଇଁ ଯେଉଁମାନେ ଶହୀଦ ହୋଇଛନ୍ତି ଆଜି ସେମାନଙ୍କୁ ସ୍ମରଣ କରି କୃତଜ୍ଞତା ଜଣାଇବାର ଅବସର ଆସିଛି ।
ସେମାନଙ୍କର ପରିକଳ୍ପିତ ଭାରତ ଗଠନ ହୋଇପାରିଲେ ତାହାହିଁ ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଚାଲନ୍ତୁ ଆମେ ଏହି ସ୍ଵାଧୀନତା ଦିବସ ଅବସରରେ ଏକ ସଂଗଠିତ, ଶକ୍ତିଶାଳୀ, ସମୃଦ୍ଧିଶାଳୀ ଦେଶ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବା । ଏହି ସ୍ଵାଧୀନତା ଦିବସ ଆମ ଦେଶ ପାଇଁ ସୌହାର୍ଦ୍ଦ୍ୟ, ସମୃଦ୍ଧି ଓ ଶାନ୍ତି ଆଣିଦେଉ, ଏତିକି କାମନା ।
**********
(Release ID: 1645885)
Visitor Counter : 192