ଉପରାଷ୍ଟ୍ରପତିଙ୍କ ସଚିବାଳୟ

ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 14 AUG 2020 4:28PM by PIB Bhubaneshwar

ସ୍ଵାଧୀନତା ଦିବସ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଜନସାଧାରଣକୁ ଏକ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସ୍ଵାଧୀନତା ଦିବସର ପବିତ୍ର ଅବସରରେ ମୁଁ ମୋ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଆଜି ଆମେ 74ତମ ସ୍ଵାଧୀନତା ଦିବସ ପାଳନ କରୁଛେ ଦେଶକୁ ସ୍ଵାଧୀନ କରି ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ନିମନ୍ତେ ଯେଉଁ ଅସଂଖ୍ୟ ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ମୁଁ ସେମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଦେଶର ସ୍ଵାଧୀନତା ପାଇଁ ଯେଉଁମାନେ ଶହୀଦ ହୋଇଛନ୍ତି ଆଜି ସେମାନଙ୍କୁ ସ୍ମରଣ କରି କୃତଜ୍ଞତା ଜଣାଇବାର ଅବସର ଆସିଛି

ସେମାନଙ୍କର ପରିକଳ୍ପିତ ଭାରତ ଗଠନ ହୋଇପାରିଲେ ତାହାହିଁ ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଚାଲନ୍ତୁ ଆମେ ଏହି ସ୍ଵାଧୀନତା ଦିବସ ଅବସରରେ ଏକ ସଂଗଠିତ, ଶକ୍ତିଶାଳୀ, ସମୃଦ୍ଧିଶାଳୀ ଦେଶ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବା ଏହି ସ୍ଵାଧୀନତା ଦିବସ ଆମ ଦେଶ ପାଇଁ ସୌହାର୍ଦ୍ଦ୍ୟ, ସମୃଦ୍ଧି ଓ ଶାନ୍ତି ଆଣିଦେଉ, ଏତିକି କାମନା

 

**********


(ରିଲିଜ ଆଡି: 1645885) ପରିଦର୍ଶକ କାଉଣ୍ଟର : 203