ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ 8.5 ଲକ୍ଷ ନମୁନା ପରୀକ୍ଷା

• ଆରୋଗ୍ୟ ହାର 71.17 ପ୍ରତିଶତ
• ମୃତ୍ୟୁହାର 1.95 ପ୍ରତିଶତକୁ ହ୍ରାସ

प्रविष्टि तिथि: 14 AUG 2020 3:09PM by PIB Bhubaneshwar

ନମୁନା ପରୀକ୍ଷଣ ସୁବିଧାକୁ ଅବ୍ୟାହତ ରଖି ଏବଂ ଦିନକୁ 10 ଲକ୍ଷ ପରୀକ୍ଷ ଛୁଇଁବା ଲକ୍ଷ୍ୟରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷଣର ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଛି ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 8,48,728 ନମୁନା  ପରୀକ୍ଷା କରାଯାଇଛି ଫଳରେ ସମୁଦାୟ ପରୀକ୍ଷ 2,76,94,416କୁ ବୃଦ୍ଧି ପାଇଛି ।  

କୋଭିଡ-19 ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିୟମାବଳିର ଅନୁପାଳନ ଓ ସନ୍ଦିଗ୍ଧ ମାମଲାଗୁଡ଼ିକ ପ୍ରତି ବିସ୍ତୃତ ନଜର ରଖିବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପରାମର୍ଶ ଦେଇଛି ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ପ୍ରତ୍ୟେକ ଦେଶ ପ୍ରତି ନିୟୁତ ଜନସଂଖ୍ୟା ତୁଳନାରେ ଦିନକୁ ଅନ୍ୟୁନ 140 ନମୁନା ପରୀକ୍ଷଣ କରିବା ଆବଶ୍ୟକ

ନିୟୁତ ଜନସଂଖ୍ୟା ପିଛା ଜାତୀୟ ପରୀକ୍ଷଣ ଦିନକୁ 603 ହେଉଥିବାବେଳେ କେନ୍ଦ୍ରର ପ୍ରୟାସ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା ପ୍ରଭାବଶାଳୀ କାର୍ଯ୍ୟକାରିତା ଯୋଗୁଁ ସେମାନଙ୍କ ମଧ୍ୟରୁ 34ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ସଂଖ୍ୟା ଅତିକ୍ରମ କରିଛନ୍ତି ବର୍ତ୍ତମାନର ସକରାତ୍ମକତା ସହିତ ଅନୁରୂପ ସ୍ତରରେ ପରୀକ୍ଷଣକୁ ଜୋରଦାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଉଛି

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ସଫଳତାର ସହିତ ତ୍ୱରାନ୍ୱିତ କରିବା ଯୋଗୁଁ ଦେଶରେ ରୋଗ ନିରୂପଣ ପରୀକ୍ଷାଗାରଗୁଡିକର ସଂଖ୍ୟା ବୃଦ୍ଧି ପାଇଛି । 958ଟି ସରକାରୀ ଓ 493ଟି ଘରୋଇ ଏହିପରି ମୋଟ 1,451ଟି ପରୀକ୍ଷାଗାରରେ ବର୍ତ୍ତମାନ ନମୁନା ପରୀକ୍ଷଣ କାର୍ଯ୍ୟ କରାଯାଉଛି । ବ୍ୟାପକ ନମୁନା ପରିକ୍ଷଣକୁ ସଫଳତାର ସହତି କାର୍ଯ୍ୟକାରୀ କରିବା, ବ୍ୟାପକ ଚିହ୍ନଟିକରଣ ଏବଂ ଦକ୍ଷ ଚିକିତ୍ସା ସୁବିଧା ଯୋଗୁଁ ସୁସ୍ଥତା ହାର ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଏହା ଆଜି 71.17 ପ୍ରତିଶତରେ ପହଞ୍ଚିଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା 17.5 ଲକ୍ଷରୁ ଅଧିକ ଅର୍ଥାତ 17,51,555ରେ ପହଞ୍ଚିଛି ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ 6,61,595 ବୃଦ୍ଧି ପାଇ ପାଖାପାଖି 11 ଲକ୍ଷ ଅର୍ଥାତ 10,89,960ରେ ପହଞ୍ଚିଛି ।

ଏକ ଗୁଣାତ୍ମକ ଚିକିତ୍ସା ନିୟମାବଳୀର ଅନୁସରଣ କରିବା ଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଏହା ଦ୍ରୁତ ହ୍ରାସ ପାଇ ଆଜି 1.95 ପ୍ରତିଶତରେ ପହଞ୍ଚିଛି ।     

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।

 

*********

 

 


(रिलीज़ आईडी: 1645884) आगंतुक पटल : 272
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Malayalam