ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ, 2020

• 4 ଓଡିଶା ପୁଲିସ ଅଧିକାରୀଙ୍କୁ ମିଳିଲା ମେଡାଲ

Posted On: 12 AUG 2020 12:31PM by PIB Bhubaneshwar

2020 ବର୍ଷରେ 121 ଜଣ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲପ୍ରଦାନ କରାଯାଇଛି । ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ 2018ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା ।

ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ 15 ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ 10 ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ 7 ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ 4 ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର । ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ 21 ଜଣ ମହିଳା ପୁଲିସ ଅଫିସର ଅଛନ୍ତି ।

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର ଅଧିକାରୀମାନେ ହେଲେ, ଇନ୍ସପେକ୍ଟର ଶ୍ରୀମତୀ ସୁଷମା ତିର୍କୀ, ସବ୍-ଇନ୍ସପେକ୍ଟର ଶ୍ରୀ ଯୁଗଳ କିଶୋର ଦାଶ, ସବ୍-ଇନ୍ସପେକ୍ଟର ଶ୍ରୀମତୀ ସନ୍ତୋଷୀ ବାରିକ, ସବ୍-ଇନ୍ସପେକ୍ଟର ଶ୍ରୀ ବାବା ଶଙ୍କର ସରାଫ୍ ।

 

**********



(Release ID: 1645400) Visitor Counter : 212