ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରାୟ 16 ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି 70 ପ୍ରତିଶତ

• ମୃତ୍ୟୁହାର 2 ପ୍ରତିଶତ ତଳକୁ ଖସିଲା

Posted On: 11 AUG 2020 2:03PM by PIB Bhubaneshwar

ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା 15,83,489ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 47,746 ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା 6,39,929 ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର 28.21 ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି । ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା  9.5 ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ ଓ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷ କ୍ଲିନିକାଲ ଚିକିତ୍ସା, ଗୁଣାତ୍ମକ ସେବା ଓ ସମୟାନୁଯାୟୀ ଚିକିତ୍ସା ଯୋଗୁଁ କୋଭିଡ-19 ପରିଚାଳନାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇଛି, ଫଳରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଆଜି ଏହା 2 ପ୍ରତିଶତରୁ ହ୍ରାସ ପାଇଁ 1.99 ପ୍ରତିଶତରେ ପହଞ୍ଚିଛି ।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।

*********



(Release ID: 1645137) Visitor Counter : 209