ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ମଣିଷ ଓ ହାତୀ ସଂଘର୍ଷର ଅବସାନ ନିମନ୍ତେ ସରକାର ବଦ୍ଧପରିକର, କହିଲେ ପରିବେଶ ମନ୍ତ୍ରୀ

• ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ମଣିଷ ଓ ହାତୀ ଲଢେଇ ନେଇ ଜାରି କରାଗଲା ମାର୍ଗଦର୍ଶିକା ପୁସ୍ତିକା

Posted On: 10 AUG 2020 3:34PM by PIB Bhubaneshwar

ମଣିଷ ଓ ହାତୀ ସଂଘର୍ଷ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତିମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଜୋରଦାର ଉଦ୍ୟମ ହେଉଥିବା ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ (10.08.2020) ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି

ମନ୍ତ୍ରୀ କହିଛନ୍ତି ଯେ, ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଭାରତ ଅଙ୍ଗିକାରବଦ୍ଧ ଓ ସେଥିପାଇଁ କମ ବ୍ୟୟ ସାପେକ୍ଷ ଓ ପରିଣାମଦର୍ଶୀ ସମାଧାନର ପନ୍ଥା ବାହାର କରାଯାଉଛି । ଏଥିପାଇଁ ସେ ସାମର୍ଥ୍ୟ ବୃଦ୍ଧି ଓ ଜଙ୍ଗଲ କର୍ମଚାରୀଙ୍କ ତାଲିମ ଉପରେ ଗୁରୁତ୍ଵାରୋପ କରିଛନ୍ତି ।

ଉଭୟ ମଣିଷ ଓ ହାତୀଙ୍କ ଜୀବନ ବଞ୍ଚାଇବା ତଥା ସଂଘର୍ଷ ଏଡାଇବାକୁ ହେଲେ ମଣିଷ ଓ ହାତୀ ସହବାସନ ପ୍ରକ୍ରିୟା ନିତ୍ୟାନ୍ତ ଆବଶ୍ୟକ । ଭାରତରେ ମଣିଷ ଓ ହାତୀ ସଂଘର୍ଷ ଏଡାଇବା ନେଇ ଶ୍ରେଷ୍ଠ ଉପାୟ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିବା ଅବସରରେ ଶ୍ରୀ ଜାଭଡେକର ଏହା କହିଛନ୍ତି । ବିଭନ୍ନ ଛବି ଚିତ୍ର ଜରିଆରେ ହାତୀ ମଣିଷ ସଂଘର୍ଷ ପରିଚାଳନା ନେଇ ବିଭିନ୍ନ ସମାଧାନର ସୂତ୍ର ଏହି ପୁସ୍ତିକାରେ ସ୍ଥାନ ପାଇଛି । ହାତୀ ଥିବା ବିଭିନ୍ନ ରାଜ୍ୟରେ ସଫଳତାର ସହ ନିଆଯାଉଥିବା ପଦକ୍ଷେପଗୁଡିକ ନେଇ ଏଥିରେ ବର୍ଣ୍ଣନା କରାଯାଇଛି । ହାତୀ ମଣିଷ ସଂଘର୍ଷ ଏଡାଇବା ଦିଗରେ ଏହି ପୁସ୍ତିକା ରେଫରାଲ ମାନୁୟାଲ ଭାବେ କାର୍ଯ୍ୟ କରିବ ।

ଏଥିରେ ଉଦ୍ବୋଧନ ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ଦେଶରେ ଥିବା ହାତୀ ପଲ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ହାତୀ ସଂଖ୍ୟା ବଢାଇବା ଓ ମଣିଷ-ହାତୀ ସଂଘର୍ଷକୁ ଦୃଢଭାବେ ପ୍ରତିରୋଧ କରାଯିବା ଉପରେ ମତ ବ୍ୟକ୍ତ କରିଥିଲେ । ହାତୀ-ମଣିଷ ସଂଘର୍ଷ ରୋକିବା ନେଇ ପଦକ୍ଷେପ ନିଆଯାଉଥିବାବେଳେ ନିରୀହ ପ୍ରାଣିମାନଙ୍କ ହତ୍ୟାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ଉଭୟ ମନ୍ତ୍ରୀ ମନ୍ତ୍ରଣାଳୟ ଅଧିକାରୀମାନଙ୍କ ଗହଣରେ ମଣିଷ-ହାତୀ ସଂଘର୍ଷ ଉପରେ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଥିଲେ । ସୁରକ୍ଷା ନାମରେ ନାମିତ ଏହି ପୋର୍ଟାଲରେ ମଣିଷ-ହାତୀ ସଂଘର୍ଷ ବିଭିନ୍ନ ଦିଗ ଓ ଏହାକୁ ରୋକିବା ନେଇ କେତେକ ସମାଧାନର ସୂତ୍ର ଏଥିରେ ବର୍ଣ୍ଣନା କରାଯାଇଛି । ଏହି ପୋର୍ଟାଲର ବିଟା ଭର୍ସନର ତଥ୍ୟ ଯାଞ୍ଚ ପରେ ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଏହି ପୋର୍ଟାଲକୁ ଉପଯୋଗ କରାଯାଇପାରିବ ।

 

**********

 

 



(Release ID: 1644960) Visitor Counter : 238