ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଅଗଷ୍ଟ 7ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

Posted On: 06 AUG 2020 6:06PM by PIB Bhubaneshwar

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଅଗଷ୍ଟ 7ରୁ ଆରମ୍ଭ ହୋଇ ଏହା 3 ସପ୍ତାହ ଚାଲିବ ଏବଂ ଅଗଷ୍ଟ 21ରେ ଉଦ୍‌ଯାପିତ ହେବ । ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ । ଏହାକୁ ବିନା ମୂଲ୍ୟରେ www.cinemasofindia.comରେ ଦେଖିହେବ । ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଉଚ୍ଚମାନର ଦେଶାତ୍ମବୋଧ ଚଳଚ୍ଚିତ୍ର ଏଥିରେ ସ୍ଥାନ ପାଇବ । ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖ, ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି ଏବଂ ଫିଲ୍ମ ଡିଭିଜନ ଆଦିରୁ ଏଥିପାଇଁ ଉତ୍ତମ ମାନର ଚଳଚ୍ଚିତ୍ରମାନ ବଛାଯାଇଛି ।

ଆହୁରି ମଧ୍ୟ ପ୍ରଥମଥର ପାଇଁ 1982ରେ ସାର୍‌ ରିଚାର୍ଡ ଆଟେନ୍‌ବରୋଙ୍କ ଦ୍ୱାରା ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ । ଦୃଶ୍ୟ ଓ ଶ୍ରବଣ ବାଧିତ ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁବିଧା କରାଯାଇଛି ।

ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (mib.gov.in)ରେ ଏ ସଂକ୍ରାନ୍ତ ଲିଙ୍କ୍‌ ପ୍ରଦାନ କରାଯିବ । ଏହାଛଡା ପିଆଇବି ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଓ ମାଇ ଗଭ୍‌ରେ ମଧ୍ୟ ଉପଲବ୍‌ଧ ହେବ । ଏହାଛଡା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଲିଙ୍କକୁ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସକୁ ଯୋଗାଇ ଦିଆଯିବ ।

ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର

Independence Day Film Festival 2020 - Film List

Sl.No.

Name of the Film

Language

Year

Director

1

Gandhi (Accessible)

Hindi

1982

Sir Richard Attenborough

2

Gandhi

Hindi

1982

Sir Richard Attenborough

3

Chittagong

Hindi

2012

Bedabrata Pain

4

The Legend Of Bhagat Singh

Hindi

2002

RajkumarSantoshi

5

Tango Charlie

Hindi

2005

Mani Shankar

6

Khakhee

Hindi

2004

RajkumarSantoshi

7

Gandhi Se Mahatma Tak

Hindi

1996

ShyamBenegal

8

Qayamat – City Under Threat

Hindi

2003

Harry Baweja

9

Batallion 609

Hindi

2019

Brijesh Batuknath Tripathi

10

PehlaAadmi

Hindi

1950

Bimal Roy

11

Life of Netaji Subhash Chandra Bose

Hindi

2004

Live Footage/NFAI

12

Bapu Ne KahaTha (Gandhiji’s Saying)

Hindi

1962

Vijay Bhatt

13

AbhiKal Hi Ki Baat Hai (Not So Long Ago)

Hindi

1970

Clement Baptista

14

HedaHoda (The Blind Camel)

Hindi

2003

Vinod Ganatra

15

ChotaSipahi (The Little Soldier)

Hindi/

English

2004

Jayshree Kanal & A S Kanal

16

The Making of the Mahatma

English

1996

ShyamBenegal

17

VeeraPandiyaKattabomman

Tamil

1959

B. Ramakrishnaiah Panthulu

18

Roja

Tamil

1992

Mani Ratnam

19

Andhra Kesari

Tamil

1983

Vijaychander

20

1971- Beyond Borders

Malayalam

2017

Major Ravi

21

VandaeMaatharam

Malayalam

2010

T. Aravind

22

Uttarayanam

Malayalam

1974

G.Aravindan

23

UdayerPathey (Towards the Light)

Bengali

1944

Bimal Roy

24

42/Forty-two/Biyallish

Bengali

1949

Hemen Gupta

25

Subhash Chandra

Bengali

1966

Piyush Bose

26

HagaluVesha

Kannada

2000

Baraguru
Ramachandrappa

27

Harun Arun

Gujarati

2009

Vinod Ganatra

28

Senani Sane Guruji

Marathi

1995

Ramesh Deo

29

Spread The Light of Freedom (HarDil Main JagayenRashtraJyot)

Musical

1996

Films Division

30

The Flag (My India, Our India)

Musical

1999

Films Division

31

Ae VatanTereLiye

Hindi

1999

Films Division

32

Shahadat

Hindi

2001

Films Division

33

NM0552 : VandeMataram

Hindi

2007

Films Division

34

Sat SatPranam

Hindi

2008

Films Division

35

SatyamevaJayate

Hindi

1972

Films Division

36

13 04 1919 (L.V.)

Hindi

2019

Films Division

37

India Independent

English

1949

Films Division

38

India Wins Freedom

English

1985

Films Division

39

We The People of India

English

1986

Films Division

40

1857 - A Salute

English

2008

Films Division

41

The Flag Flies High

English

2011

Films Division

42

Sardar Patel : A Nation Stands United

English

2016

Films Division

43

A Song Eternal

English

1976

Films Division

 

**********



(Release ID: 1643902) Visitor Counter : 136