ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ 6 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଛି

• ସମୁଦାୟ ନମୁନା ପରୀକ୍ଷଣ 2.14 କୋଟିରୁ ଅଧିକ
• ନିୟୁତ ପିଛା ପରୀକ୍ଷା ସଂଖ୍ୟା 15,568କୁ ବୃଦ୍ଧି

Posted On: 05 AUG 2020 3:43PM by PIB Bhubaneshwar

ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ 6 ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି କେବଳ ଗତ 24 ଘଣ୍ଟା ମଧ୍ୟରେ 6,19,652 ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷା ସଂଖ୍ୟା 2,14,84,402ରେ ପହଞ୍ଚିଛି । ନିୟୁତ ପିଛା ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ 15,568କୁ ବୃଦ୍ଧି ପାଇଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ଉପଯୋଗ କରି ନମୁନା ପରୀକ୍ଷଣ ଲାଗି ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । 920ଟି ସରକାରୀ ଓ 446ଟି ଘରୋଇ ଏହିପରି ମୋଟ 1366ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । 

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

**********

 

 



(Release ID: 1643612) Visitor Counter : 219