ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 51,706 ଜଣ ସୁସ୍ଥ

• ଆରୋଗ୍ୟ ହାର 67.19% ଛୁଇଁଲା
• ମୃତ୍ୟୁହାର 2.09%କୁ ହ୍ରାସ

Posted On: 05 AUG 2020 2:47PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି ଗୋଟିଏ ଦିନରେ 51,706 ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତର ସର୍ବାଧିକ 67.19 ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି ଏପର୍ଯ୍ୟନ୍ତ 12,82,215 ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ପାଥେୟ କରିବାରୁ ଏହି ଆକାଂକ୍ଷିତ ଫଳ ମିଳିପାରିଛି ଦ୍ରୁତ ନମୁନା ପରୀକ୍ଷା, ହସ୍ପିଟାଲ ଭିତ୍ତିଭୂମିର ବିକାଶ ଯୋଗୁଁ ସୁସ୍ଥତା ହାର ଗତ 14 ଦିନ ମଧ୍ୟରେ ଶତକଡା 63 ରୁ 67କୁ ବୃଦ୍ଧି ପାଇଛି ସୁସ୍ଥତା ହାରରେ ନିୟମିତ ଉନ୍ନତି ଯୋଗୁଁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ପାଖାପାଖି 7 ଲକ୍ଷରେ ପହଞ୍ଚିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା 5,86,244କୁ ଖସି ଆସିଛି ଓ ସେମାନେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ଵୟ ଯୋଗୁଁ ମୃତ୍ୟୁ ହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ କମ ରହିଛି ଯାହା ବର୍ତ୍ତମାନ 2.09ରେ ପହଞ୍ଚିଛି

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

**********


(Release ID: 1643599)