ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ 6.6 ଲକ୍ଷରୁ ଅଧିକ ନମୁନା ପରୀକ୍ଷା

• ଦିନକୁ ନିୟୁତ ପିଛା 140ରୁ ଅଧିକ ପରୀକ୍ଷଣ କରୁଛନ୍ତି 28ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
• 28ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ହାର 10%ରୁ କମ

Posted On: 04 AUG 2020 7:53PM by PIB Bhubaneshwar

ବିଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 6,61,892ଟି କୋଭିଡ-19 ନମୁନା ପରୀକ୍ଷା ହୋଇଥିଲା ଏହାକୁ ମିଶାଇ ସମୁଦାୟ 2,08,64,750ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ଏବଂ ନିୟୁତ ପିଛା ନମୁନା ପରୀକ୍ଷଣ 15,119କୁ ପହଞ୍ଚିଛି ।

କୋଭିଡ-19 ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଏବଂ ଏକାନ୍ତବାସର ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସର ଫଳସ୍ଵରୂପ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଛି ଆଇସିଏମଆର ଉନ୍ନତ ପରୀକ୍ଷଣ ରଣକୌଶଳ ଦ୍ଵାରା ଭାରତରେ ପରୀକ୍ଷଣ ନେଟୱାର୍କ ବୃଦ୍ଧି ପାଇଛି

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାର ମାର୍ଗଦର୍ଶିକାରେ “କୋଭିଡ-19 ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ଏବଂ ସାମାଜିକ ମାପଦଣ୍ଡ ନିୟନ୍ତ୍ରଣ କରିବା ପାଇଁ ଜନସ୍ୱାସ୍ଥ୍ୟ ମାନଦଣ୍ଡ” ଉପରେ ସନ୍ଦିଗ୍ଧ ମାମଲାଗୁଡ଼ିକ ପାଇଁ ବ୍ୟାପକ ନଜର ରଖିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ଗୋଟିଏ ଦେଶ ପ୍ରତି ନିୟୁତ ଜନସଂଖ୍ୟାରେ ଦିନକୁ 140 ପରୀକ୍ଷା କରିବା ଆବଶ୍ୟକ

ଭାରତ ପ୍ରତି ନିୟୁତ ଜନସଂଖ୍ୟାରେ ଦିନକୁ ହାରାହାରି 479 ପରୀକ୍ଷଣ କରିବା ବେଳେ 28ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପ୍ରତି ନିୟୁତ ଜନସଂଖ୍ୟାରେ ଦିନକୁ 140ଟି ନମୁନା ପରୀକ୍ଷା କରୁଛନ୍ତି, ଯାହା ଡବ୍ଲୁଏଚଓର ନିର୍ଦ୍ଧାରିତ ସଂଖ୍ୟା

ଦିନକୁ 10 ଲକ୍ଷ ପରୀକ୍ଷା କରିବାର ଲକ୍ଷ୍ୟରେ ପରୀକ୍ଷଣ କ୍ଷମତା ବୃଦ୍ଧି କରାଯାଉଛି ବର୍ତ୍ତମାନ ଦେଶରେ ପରୀକ୍ଷାଗାର ସଂଖ୍ୟା 1356 ରହିଛି, ଯେଉଁଥିରେ 917ଟି ସରକାରୀ ଏବଂ 439ଟି ବେସରକାରୀ ପରୀକ୍ଷାଗାର ରହିଛି । 

  • ଏଥିରେ ରିଅଲଟାଇମ୍‌ ପିସିଆର ଭିତ୍ତିକ 691ଟି ଲ୍ୟାବ ରହିଛି । ସେଥିରେ 420  ସରକାରୀ ଓ 271 ବେସରକାରୀ ।
  • ଟ୍ରୁ ନ୍ୟାଟ୍‌ ଭିତ୍ତିକ ଲ୍ୟାବ୍‌ ସମଗ୍ର ଦେଶରେ 558 ରହିଥିବାବେଳେ ସେଥିରୁ 465ଟି ସରକାରୀ ଏବଂ 93ଟି ବେସରକାରୀ ।
  • ସେହିଭଳି ଦେଶରେ 107ଟି ସିବିନାଟ୍‌ ଟେଷ୍ଟିଂ ଲ୍ୟାବ ରହିଛି । ସେଥିରୁ 32ଟି ସରକାରୀ ଏବଂ 75ଟି ଘରୋଇ ।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

**********

 



(Release ID: 1643427) Visitor Counter : 214