ଅର୍ଥ ମନ୍ତ୍ରଣାଳୟ

ଦ୍ଵିପାକ୍ଷିକ ତଥ୍ୟ ବିନିମୟ ଲାଗି ସିବିଆଇସି ଓ ସିବିଡିଟି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

Posted On: 21 JUL 2020 12:40PM by PIB Bhubaneshwar

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏବଂ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ମଧ୍ୟରେ ତଥ୍ୟର ସୁବିନିମୟ ପାଇଁ ଆଜି (21.07.2020) ଏକ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି ସିବିଡିଟି ପକ୍ଷରୁ ଏହାର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ମୋଦୀ ଏବଂ ସିବିଆଇସି ପକ୍ଷରୁ ଏହାର ଅଧ୍ୟକ୍ଷ ଶ୍ରୀ ଏମ. ଅଜିତ କୁମାର, ଉଭୟ ସଂଗଠନର ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷରିତ କରିଥିଲେ ।

ଏହି ଏମଓୟୁ ସ୍ଵାକ୍ଷରିତ ହେବା ଫଳରେ 2015ରେ ସ୍ଵାକ୍ଷରିତ ହୋଇଥିବା ବୁଝାମଣାପତ୍ର ବସ୍ତୁତଃ ଅକାମି ହୋଇଯାଇଛି । 2015 ପରେ ଜିଏସଟିର ପ୍ରବର୍ତ୍ତନ, ଜିଏସଟିଏନ ଅନ୍ତର୍ଭୂକ୍ତିକରଣ ଏବଂ ସିବିଇସିର ବିଭାଗ ପରିବର୍ତ୍ତନ ଭଳି ନୂତନ ବ୍ୟବସ୍ଥା ଯୋଗୁଁ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଏଥିଯୋଗୁଁ ସିବିଡିଟି ଓ ସିବିଆଇସି ମଧ୍ୟରେ ନିୟମିତ ଓ ସ୍ଵୟଂକ୍ରିୟ ଭାବେ ତଥ୍ୟ ବିନିମୟ ହୋଇପାରିବ । ନିୟମିତ ତଥ୍ୟ ବିନିମୟ ସହ ଉଭୟ ସଂଗଠନ ଯେତେବେଳେ ଆବଶ୍ୟକ ଅନ୍ୟାନ୍ୟ ତଥ୍ୟ ମଧ୍ୟ ବିନିମୟ କରିପାରିବେ ।

ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଦିନଠାରୁ ହିଁ ବଳବତ୍ତର ହୋଇଛି । ଗୋଟିଏ ତଥ୍ୟ ବିନିମୟ ସଂଚାଳନ ଗ୍ରୁପ ଏଥିପାଇଁ ତିଆରି ହୋଇଛି, ଯାହାକି ମଝିରେ ମଝିରେ ବୈଠକ ଜରିଆରେ ସେମାନଙ୍କର ତଥ୍ୟ ବିନିମୟ ସ୍ଥିତି ଓ ତଥ୍ୟ ଭାଗିଦାରୀ ବ୍ୟବସ୍ଥା ସମ୍ପର୍କରେ ତର୍ଜମା କରିପାରିବେ । ଏହି ବୁଝାମଣାପତ୍ର ଯୋଗୁଁ ସିବିଡିଟି ଓ ସିବିଆଇସି ମଧ୍ୟରେ ଏକ ନୂତନ ଯୁଗର ଅଭ୍ୟୁଦୟ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।   

 

**********



(Release ID: 1640251) Visitor Counter : 276