ରେଳ ମନ୍ତ୍ରଣାଳୟ

ଘରୋଇ ଟ୍ରେନ ପ୍ରଚଳନର ସମୟ ସଂକ୍ରାନ୍ତ ଖବର ପ୍ରକାଶନ ଉପରେ ରେଳବାଇର ସ୍ପଷ୍ଟୀକରଣ

Posted On: 19 JUL 2020 12:43PM by PIB Bhubaneshwar

ଦେଶରେ ଘରୋଇ ଟ୍ରେନ ପ୍ରଚଳନ ନେଇ କେତେକ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ 2024ରୁ ଦେଶରେ ଘରୋଇ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଏ ସଂପର୍କରେ ଗତକାଲି ଅର୍ଥାତ ଜୁଲାଇ 18ରେ ଏକ ସ୍ପଷ୍ଟୀକରଣ ମିଡିଆ ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲା । ଆଜି ପୁନର୍ବାର ସେକଥା କୁହାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଦେଶରେ ଘରୋଇ ଟ୍ରେନ ଚଳାଚଳ 2023ରୁ ହିଁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ 2021 ମାର୍ଚ୍ଚ ସୁଦ୍ଧା ନିଲାମ ପ୍ରକ୍ରିୟା ଶେଷ ହେବ । ଏହାପରେ 2023 ମାର୍ଚ୍ଚରୁ ଘରୋଇ ଟ୍ରେନ ଚଳାଚଳ ଆରମ୍ଭ କରିବ ।

କୌଣସି କାରଣରୁ ଏହି ଟ୍ରେନ ଚଳାଚଳର ସମୟ ନେଇ ଯଦି ଭ୍ରାନ୍ତି ସୃଷ୍ଟି ହୋଇଥାଏ ତାହାକୁ ଦୂର କରିବା ପାଇଁ ଏହି ସ୍ପଷ୍ଟୀକରଣକୁ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୁହାଯାଇଛି ।

 

**********



(Release ID: 1639830) Visitor Counter : 245