ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟାରେ 20,000ରୁ ଅଧିକ ମାମଲା ଆରୋଗ୍ୟ ହେବା ଦ୍ଵାରା ସୁସ୍ଥତା ହାର 63.24%ରେ ପହଞ୍ଚିଛି

• ଆରୋଗ୍ୟ ସଂଖ୍ୟା ପାଖାପାଖି 6 ଲକ୍ଷ
• କୋଭିଡ-19ର ସକ୍ରିୟ ରୋଗୀ ସଂଖ୍ୟା ମାତ୍ର 3,19,840

Posted On: 15 JUL 2020 5:35PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା କୋଭିଡ-19 ରୋଗୀଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି 20,572 ଲୋକ ସୁସ୍ଥ ହେବା ଦ୍ଵାରା କୋଭିଡ-19 ରୋଗୀଙ୍କ ମଧ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 5,92,031ରେ ପହଞ୍ଚାଇଛି ଆଜି ସୁସ୍ଥତା ହାର 63.24%କୁ ବୃଦ୍ଧି ପାଇଛି

ଜୋରଦାର ପରୀକ୍ଷଣ, ସମୟାନୁବର୍ତ୍ତୀ ନିରାକରଣ ଏବଂ ସଂକ୍ରମିତଙ୍କୁ ଗୃହ ବିଚ୍ଛିନ୍ନତା କିମ୍ବା ହସ୍ପିଟାଲରେ ସକ୍ରିୟ ଡାକ୍ତରୀ ଚିକିତ୍ସାର ସଠିକ ପରିଚାଳନା ଦ୍ଵାରା ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇଥାଏ । ବର୍ତ୍ତମାନ କୋଭିଡ-19ର ସକ୍ରିୟ ମାମଲା ସଂଖ୍ୟା 3,19,840 ରହିଛି । ସେମାନେ ସମସ୍ତେ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି ଗୃହ ବିଚ୍ଛିନ୍ନତା ପାଇଁ ଆଦର୍ଶ ଓ ମାନକ ଅକ୍ସିମିଟର ବ୍ୟବହାର ଦ୍ଵାରା ହସ୍ପିଟାଲଗୁଡିକରେ ଭିଡ ନକରି ଅସ୍ଵାଭାବିକ ଏବଂ ସାମାନ୍ୟ ଲକ୍ଷଣ ରୋଗୀଙ୍କୁ ଯାଞ୍ଚ କରିବାରେ ସାହାଯ୍ୟ କରିଛି

ଆରୋଗ୍ୟ ଏବଂ ସକ୍ରିୟ ସଂଖ୍ୟା ମଧ୍ୟରେ ଦୂରତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଆଜି 2,72,191ରେ ରହିଛି । ସୁସ୍ଥ ମାମଲା ସଂଖ୍ୟା ସକ୍ରିୟ ମାମଲା ସଂଖ୍ୟାଠାରୁ 1.85 ଗୁଣ ଅଧିକ ।

କୋଭିଡ-19 ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ଦେଶରେ ହସ୍ପିଟାଲର ଭିତ୍ତିଭୂମି ଦୃଷ୍ଟି କୋଣରୁ 1378ଟି ଉତ୍ସର୍ଗୀକୃତ ହସ୍ପିଟାଲ, 3077 ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ 10351 କୋଭିଡ ଯତ୍ନ କେନ୍ଦ୍ର ରହିଛି । ସେଗୁଡିକ ମଧ୍ୟରେ କୋଭିଡ-19 ରୋଗୀଙ୍କ ପାଇଁ 21,738ଟି ଭେଣ୍ଟିଲେଟର, 46,487ଟି ଆଇସିୟୁ ଶଯ୍ୟା ଏବଂ 1,65,361ଟି ଅମ୍ଳଜାନ ସହାୟକ ଶଯ୍ୟା ଉପଲବ୍ଧ ରହିଛି । 

ପ୍ରଭାବଶାଳୀ ଢଙ୍ଗରେ କୋଭିଡ-19ର ଚିକିତ୍ସା ପରିଚାଳନାକୁ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର 230.98 ଲକ୍ଷ ଏନ-95 ମାସ୍କ, 123.56 ଲକ୍ଷ ପିପିଇ ଏବଂ 11,660 ଭେଣ୍ଟିଲେଟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା କେନ୍ଦ୍ରୀୟ ସଂସ୍ଥାନକୁ ପ୍ରଦାନ କରିଛନ୍ତି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 

 

 



(Release ID: 1639193) Visitor Counter : 226