ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ 1234 ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

• 10 ଲକ୍ଷ ଜନସଂଖ୍ୟା ପିଛା ପରୀକ୍ଷଣ ସଂଖ୍ୟା 9231ରୁ ଅଧିକକୁ ବୃଦ୍ଧି
• ଗତ 24 ଘଣ୍ଟା ମଧ୍ୟରେ 3.26 ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

प्रविष्टि तिथि: 16 JUL 2020 5:41PM by PIB Bhubaneshwar

“ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷଣ ସୁବିଧା ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତିଫଳସ୍ୱରୂପ, ଦେଶରେ ପରୀକ୍ଷାଗାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ବର୍ଦ୍ଧିତ ପରୀକ୍ଷଣ ମାମଲାଗୁଡିକର ଶୀଘ୍ର ଚିହ୍ନଟ କରାଯାଇପାରୁଛି

ପରୀକ୍ଷଣରେ ଆରଟି-ପିସିଆର ଅନ୍ତର୍ଭୁକ୍ତ ହେବାଦ୍ଵାରା କୋଭିଡ-19କୁ ଉତ୍ତମ ମାନକ ମିଳିପାରିଛି ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେୟାର ପରୀକ୍ଷା ସହିତ ଏହାକୁ ବୃଦ୍ଧି କରାଯାଇଛି ଯାହାଦ୍ଵାରା ଅଧ ଘଣ୍ଟା ମଧ୍ୟରେ ଫଳାଫଳ ମିଳିପାରୁଛି ଏହି ମାଧ୍ୟମରେ ଆବଦ୍ଧାଞ୍ଚଳ ଏବଂ ବଫର ଜୋନରେ ପରୀକ୍ଷଣ ବୃଦ୍ଧି ପାଇଛି ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏହା ଯଥେଷ୍ଟ ସାହାଯ୍ୟ କରିଛି

ସମସ୍ତ ପଞ୍ଜିକୃତ ଡାକ୍ତରମାନେ ବର୍ତ୍ତମାନ ପରୀକ୍ଷା ପାଇଁ ସୁପାରିସ କରିପାରିବେ ଆରଟି-ପିସିଆର, ଟ୍ରୁନାଟ ଏବଂ ସିବିଏନଏଏଟି ପରୀକ୍ଷାଗାର ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ସହିତ ନମୁନା ପରୀକ୍ଷଣ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ 3,26,826 ନମୁନା ପରୀକ୍ଷା କରାଯାଇଛି ପରୀକ୍ଷିତ 1,27,39,490 ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ଦୃଷ୍ଟିରୁ ଏହା ଭାରତ ପାଇଁ ପ୍ରତି 10 ଲକ୍ଷ ଜନସଂଖ୍ୟା ପିଛା 9231.5 ଥିବା ପରୀକ୍ଷଣ ଚିତ୍ର ଦର୍ଶାଉଛି

1,234 ପରୀକ୍ଷାଗାର ସହିତ ଦେଶରେ ପରୀକ୍ଷାଗାର ଭିତ୍ତିଭୂମି ଆହୁରି ମଜବୁତ ହୋଇଛି; ସରକାରୀ ସଂଖ୍ୟା 874 ଥିବାବେଳେ ବେସରକାରୀ ସଂଖ୍ୟା 360ରେ ପହଞ୍ଚିଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 


(रिलीज़ आईडी: 1639187) आगंतुक पटल : 222
इस विज्ञप्ति को इन भाषाओं में पढ़ें: English , हिन्दी , Punjabi , Telugu , Tamil , Assamese , Urdu , Marathi , Bengali , Manipuri