ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
17 ଜୁଲାଇରେ ଇସିଓଏସଓସି ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
16 JUL 2020 11:26AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, 17 ଜୁଲାଇ 2020ରେ ନ୍ୟୁୟର୍କ ସ୍ଥିତ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ପରିଷଦ (ଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସମୟ ଅନୁସାରେ 09.30-11.30 ମଧ୍ୟରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନରୱେର ପ୍ରଧାନମନ୍ତ୍ରୀ ଏବଂ ମିଳିତ ଜାତିସଂଘ ମହାସଚିବ ଶ୍ରୀ ଏଣ୍ଟୋନିଓ ଗୁଟେରେସଙ୍କ ସହ ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ।
ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନରେ ସରକାର, ଘରୋଇ କ୍ଷେତ୍ର, ଶିକ୍ଷାବିତ, ନାଗରିକ ସମାଜର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଚଳିତ ବର୍ଷ ଉଚ୍ଚସ୍ତରୀୟ ଅଧିବେଶନର ବିଷୟବସ୍ତୁ ରହିଛି ‘କୋଭିଡ-19 ପରେ ବହୁପକ୍ଷୀୟବାଦ: 75 ବର୍ଷ ପୂର୍ତ୍ତି ଅବସରରେ ଆମକୁ କିଭଳି ଭାବେ ସଂଯୁକ୍ତ ରାଷ୍ଟ୍ରର ଆବଶ୍ୟକତା ରହିଛି ।
ପରିବର୍ତ୍ତୀତ ଅନ୍ତର୍ଜାତୀୟ ପରିଦୃଶ୍ୟ ଏବଂ କୋଭିଡ-19 ମହାମାରୀର ବର୍ତ୍ତମାନର ସଂକଟ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ବହୁପକ୍ଷବାଦର ଦିଗ ନିର୍ଣ୍ଣୟ କରୁଥିବା ମହତ୍ୱପୂର୍ଣ୍ଣ ଦିଗଗୁଡିକ ଉପରେ ଫୋକସ କରିବ। ଦୃଢ଼ ନେତୃତ୍ୱ, ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପ୍ରଭାବ ବୃଦ୍ଧି, ସହଭାଗିତା ବୃଦ୍ଧି ଏବଂ ବୈଶ୍ୱିକ ସାର୍ବଜନିନ ବସ୍ତୁଗୁଡିକର ବୃଦ୍ଧି ପାଉଥିବା ମହତ୍ୱ ଜରିଆରେ ବୈଶ୍ୱିକ ଏଜେଣ୍ଡାକୁ ଆଗକୁ ଅଗ୍ରସର କରାଇବାର ମାର୍ଗ ଏହି ଅଧିବେଶନରୁ ମିଳିପାରିବ।
ଏପରି ଅଧିବେଶନ ଆୟୋଜନର ବିଶେଷ ଗୁରୁତ୍ୱ ରହିଛି, କାରଣ 17 ଜୁନ 2020ରେ ସୁରକ୍ଷା ପରିଷଦର ଅ-ସ୍ଥାୟୀ ସଦସ୍ୟ (2021-22ର କାର୍ଯ୍ୟକାଳ ପାଇଁ) ଭାବେ ଭାରତକୁ ସର୍ବସମ୍ମତିକ୍ରମେ ଚୟନ କରାଯିବା ପରେ ମିଳିତ ଜାତିସଂଘର ବ୍ୟାପକ ସଦସ୍ୟମାନଙ୍କୁ ଏଥିରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ବୋଧିତ କରିବେ । ମିଳିତ ଜାତିସଂଘ ପ୍ରତିଷ୍ଠାର 75ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଇସିଓଏସଓସି’ ର ଉଚ୍ଚସ୍ତରୀୟ ବୈଠକର ବିଷୟବସ୍ତୁ ଭାରତର ସୁରକ୍ଷା ପରିଷଦ ସଂପର୍କୀତ ପ୍ରାଥମିକତା ସହ ମଧ୍ୟ ସାମଞ୍ଜସ୍ୟ ରକ୍ଷା କରୁଛି, ଯେଉଁଥିରେ ଭାରତ କୋଭିଡ-19 ପରବର୍ତ୍ତୀ ବିଶ୍ୱରେ ‘ପୁନର୍ଗଠିତ ବହୁପକ୍ଷବାଦ’ର ଆହ୍ୱାନ କରିଛି । ଇସିଓଏସଓସିର ସର୍ବପ୍ରଥମ ଅଧ୍ୟକ୍ଷ (1946 ମସିହାରେ ସାର ରାମାସ୍ୱାମୀ ମୁଦଲିୟାର) ଭାବେ ଭାରତର ଭୂମିକାକୁ ମଧ୍ୟ ସ୍ମରଣ କରାଯିବ। ପ୍ରଧାନମନ୍ତ୍ରୀ ଏହାପୂର୍ବରୁ ଜାନୁଆରୀ 2016ରେ ଇସିଓଏସଓସିର 70ତମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟବକ୍ତା ଭାବେ ଉଦବୋଧନ ଦେଇଥିଲେ।
**********
(रिलीज़ आईडी: 1639172)
आगंतुक पटल : 307
इस विज्ञप्ति को इन भाषाओं में पढ़ें:
Punjabi
,
Assamese
,
Malayalam
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Gujarati
,
Tamil
,
Telugu