ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 15 JUL 2020 2:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଧାମରେ ଚାଲିଥିବା ବିକାଶ କାର୍ଯ୍ୟ ତଥା ଧାମର ଦିବ୍ୟଚେତନାକୁ ଆହୁରି ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମୀକ୍ଷା କରିଥିଲେ

ସମୀକ୍ଷା ବେଳେ କେଦାରନାଥ ମନ୍ଦିର ଏବଂ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳର ଦିବ୍ୟତାକୁ ଆହୁରି ବୃଦ୍ଧି କରିବା ତଥା ପରିସରରେ ସ୍ୱଚ୍ଛତା ଜାରି ରଖିବା ଏବଂ ଏହାର ବିକାଶ ସୁନିଶ୍ଚିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଯାତ୍ରୀମାନଙ୍କୁ ଗୌରିକୁଣ୍ଡ-କେଦାରନାଥ ମାର୍ଗରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଏବଂ ପ୍ରଯୁକ୍ତି ଜରିଆରେ ତୀର୍ଥସ୍ଥଳର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱକୁ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

 

**********



(Release ID: 1638850) Visitor Counter : 167