ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନ୍ୟୁମୋକୋକାଲ ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନ ବଜାରକୁ ଛାଡିବାକୁ ଡିସିଜିଆଇର ଅନୁମତି

ନିମୋନିଆ କ୍ଷେତ୍ରରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଟୀକା

प्रविष्टि तिथि: 15 JUL 2020 3:13PM by PIB Bhubaneshwar

ସଂପୂର୍ଣ୍ଣ ସ୍ଵଦେଶୀ ଢାଞ୍ଚାରେ ପ୍ରସ୍ତୁତ ପଲିସାକାରାଇଡ କଞ୍ଜୁଗେଟ ଭାକ୍ସିନକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଅନୁମତି ଦେଇଛନ୍ତି ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏହି ଟୀକା ପ୍ରସ୍ତୁତ କରିଛନ୍ତି ଦେଶରେ ଏହି ଟୀକାର 3 ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ସେରମ ଇଣ୍ଡିଆ ଲିମିଟେଡକୁ ଡିସିଜିଆଇ ଅନୁମତି ଦେଇଥିଲେ ଏହି ପରୀକ୍ଷାଗୁଡ଼ିକ ଦେଶ ଭିତରେ କରାଯାଇଥିଲା ଏହାଛଡା କମ୍ପାନୀ ଭାରତ ବାହାରେ ଗାମ୍ବିଆ ଦେଶରେ ମଧ୍ୟ ଏହାର ପରୀକ୍ଷା କରିଛି

କମ୍ପାନୀ ଏହି ଔଷଧ ପ୍ରସ୍ତୁତ ପାଇଁ ଅନୁମତି ଲୋଡିଥିଲା । ଡିସିଜିଆଇ ପକ୍ଷରୁ ବିଭିନ୍ନ କ୍ଲିନିକାଲ ପରୀକ୍ଷଣର ସମୀକ୍ଷା ବିଶେଷଜ୍ଞ କମିଟି ଦ୍ଵାରା କରାଯାଇଥିଲା ଏହାପରେ କମିଟି ଗତକାଲି (14.07.2020) ଏହାକୁ ବଜାରରେ ଉପଲବ୍ଧ କରାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ । ନିମୋନିଆ କ୍ଷେତ୍ରରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଟୀକା ପୂର୍ବରୁ ଏହି ଟୀକାଗୁଡିକୁ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା ଶିଶୁମାନଙ୍କ ଠାରେ ଦେଖାଯାଉଥିବା ଭୟଙ୍କର ନିମୋନିଆ ପାଇଁ ଏହି ଟୀକା ବ୍ୟବହାର କରାଯାଇପାରିବ ଇଣ୍ଟ୍ରାମସ୍କୁଲାର ପଦ୍ଧତିରେ ଏହି ଟୀକା ଦେବାକୁ ହେବ

 

**********


(रिलीज़ आईडी: 1638842) आगंतुक पटल : 268
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Tamil , Telugu