ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ଆରୋଗ୍ୟ ସଂଖ୍ୟା 5.5 ଲକ୍ଷରୁ ଅଧିକ; ସକ୍ରିୟ ମାମଲାଠାରୁ 2.5 ଲକ୍ଷରୁ ଅଧିକ
• ଜାତୀୟ ହାର 63.02%; 19 ରାଜ୍ୟରେ ସୁସ୍ଥତା ହାର ଜାତୀୟ ହାର ଠାରୁ ଅଧିକ
• ଜାତୀୟ ମୃତ୍ୟୁ ହାର 2.64% ଠାରୁ କମରେ ରହିଛି 30ଟି ରାଜ୍ୟ
• ମିଲିୟନ ପିଛା ପରୀକ୍ଷଣ ସଂଖ୍ୟା 8,555ରୁ ଅଧିକ
Posted On:
13 JUL 2020 5:35PM by PIB Bhubaneshwar
କୋଭିଡ-19ର ପ୍ରତିରୋଧ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡ଼ିକ ଫଳରେ କରୋନା ରୋଗୀଙ୍କ ମଧ୍ୟରେ ସୁସ୍ଥତା ହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଜୋରଦାର ପରୀକ୍ଷଣ ଏବଂ ଠିକ୍ ସମୟରେ ନିରାକରଣ ସହିତ କୋଭିଡ ରୋଗୀ ଜଟିଳ ପରିସ୍ଥିତିରେ ପହଞ୍ଚିବା ପୂର୍ବରୁ ଚିହ୍ନଟ; ଆବଧାଞ୍ଚଳରେ ନୀରିକ୍ଷଣ କାର୍ଯ୍ୟକଳାପ ଯୋଗୁଁ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିପାରିଛି । ଅକ୍ସିମିଟର ବ୍ୟବହାର ସହିତ ଘରୋଇ ଏକାନ୍ତବାସରେ ସଂକ୍ରମିତଙ୍କ ଯତ୍ନ ନେବା ଫଳରେ ହସ୍ପିଟାଲ ଭିତ୍ତିଭୂମି ଉପରେ ନିର୍ଭର ନ କରି ଅସ୍ଵାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଯାଞ୍ଚ କରାଯାଇପାରୁଛି । ଏହି ନୀତି ଦ୍ଵାରା ଗତ 24 ଘଣ୍ଟା ମଧ୍ୟରେ 18,850 ଜଣ ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିପାରିଛନ୍ତି ଯାହା ସମୁଦାୟ ସୁସ୍ଥତା ସଂଖ୍ୟାକୁ 5,53,470ରେ ପହଞ୍ଚାଇଛି ।
ଆଜି ଆରୋଗ୍ୟ ହାର ପୁଣି ବୃଦ୍ଧି ପାଇ 63.02 ପ୍ରତିଶତରେ ପହଞ୍ଚିଛି । ଆରୋଗ୍ୟ ହାରରେ 19ଟି ରାଜ୍ୟ ଜାତୀୟ ହାରଠାରୁ ଉର୍ଦ୍ଧ୍ଵରେ ରହିଛନ୍ତି । ସେଗୁଡିକ:
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ଆରୋଗ୍ୟ ହାର
|
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ଆରୋଗ୍ୟ ହାର
|
ଲାଦାଖ
|
85.45%
|
ତ୍ରିପୁରା
|
69.18%
|
ଦିଲ୍ଲୀ
|
79.98%
|
ବିହାର
|
69.09%
|
ଉତ୍ତରାଖଣ୍ଡ
|
78.77%
|
ପଞ୍ଜାବ
|
68.94%
|
ଛତିଶଗଡ
|
77.68%
|
ଓଡିଶା
|
66.69%
|
ହିମାଚଳପ୍ରଦେଶ
|
76.59%
|
ମିଜୋରାମ
|
64.94%
|
ହରିୟାଣା
|
75.25%
|
ଆସାମ
|
64.87%
|
ଚଣ୍ଡିଗଡ
|
74.60%
|
ତେଲଙ୍ଗାନା
|
64.84%
|
ରାଜସ୍ଥାନ
|
74.22%
|
ତାମିଲନାଡୁ
|
64.66%
|
ମଧ୍ୟପ୍ରଦେଶ
|
73.03%
|
ଉତ୍ତର ପ୍ରଦେଶ
|
63.97%
|
ଗୁଜରାଟ
|
69.73%
|
|
|
ଦେଶରେ ବର୍ତ୍ତମାନ 3,01,609 ସକ୍ରିୟ ରୋଗୀ ରହିଛନ୍ତି ଏବଂ ସେମାନେ ସମସ୍ତେ ହସ୍ପିଟାଲ, କୋଭିଡ ଯତ୍ନ କେନ୍ଦ୍ର କିମ୍ବା ଘରୋଇ ଏକାନ୍ତବାସ ଦ୍ଵାରା ଡାକ୍ତରୀ ତତ୍ଵାବଧାନରେ ରହିଛନ୍ତି । ସକ୍ରିୟ ରୋଗୀ ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା 2,51,861 ଅଧିକ ରହିଛି । ଗୁରୁତର ମାମଲାଗୁଡ଼ିକର ଚିକିତ୍ସା ପରିଚାଳନାରେ ବୃଦ୍ଧି ଯୋଗୁଁ ଭାରତର ମୃତ୍ୟୁ ହାର ମଧ୍ୟ ତଳକୁ ଖସି 2.64 ପ୍ରତିଶତରେ ପହଞ୍ଚିଛି । ଜାତୀୟ ହାର ତୁଳନାରେ 30ଟି ରାଜ୍ୟରେ ମୃତ୍ୟୁହାର କମ ରହିଛି । ସେଗୁଡିକ:
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ମୃତ୍ୟୁ ହାର
|
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
ମୃତ୍ୟୁ ହାର
|
ମଣିପୁର
|
0%
|
ଝାଡଖଣ୍ଡ
|
0.8%
|
ନାଗାଲାଣ୍ଡ
|
0%
|
ବିହାର
|
0.86%
|
ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଓ
|
0%
|
ହିମାଚଳ ପ୍ରଦେଶ
|
0.91%
|
ମିଜୋରାମ
|
0%
|
ତେଲଙ୍ଗାନା
|
1.03%
|
ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ
|
0%
|
ଆନ୍ଧ୍ର ପ୍ରଦେଶ
|
1.12%
|
ସିକ୍କିମ
|
0%
|
ପୁଡୁଚେରୀ
|
1.27%
|
ଲାଦାଖ
|
0.09%
|
ଉତ୍ତରାଖଣ୍ଡ
|
1.33%
|
ତ୍ରିପୁରା
|
0.1%
|
ତାମିଲନାଡୁ
|
1.42%
|
ଆସାମ
|
0.22%
|
ହରିୟାଣା
|
1.42%
|
କେରଳ
|
0.39%
|
ଚଣ୍ଡିଗଡ
|
1.43%
|
ଛତିଶଗଡ
|
0.47%
|
ଜମ୍ମୁ ଓ କଶ୍ମୀର
|
1.7%
|
ଓଡିଶା
|
0.49%
|
କର୍ଣ୍ଣାଟକ
|
1.76%
|
ଅରୁଣାଚଳ ପ୍ରଦେଶ
|
0.56%
|
ରାଜସ୍ଥାନ
|
2.09%
|
ଗୋଆ
|
0.57%
|
ପଞ୍ଜାବ
|
2.54%
|
ମେଘାଳୟ
|
0.65%
|
ଉତ୍ତର ପ୍ରଦେଶ
|
2.56%
|
ଗତ 24 ଘଣ୍ଟା ମଧ୍ୟରେ 2,19,103 ନମୁନା ପରୀକ୍ଷଣ ହୋଇଛି । ଆଜିସୁଦ୍ଧା ସମୁଦାୟ 1,18,06,256ଟି ନମୁନା ପରୀକ୍ଷା ହୋଇସାରିଛି । ମିଲିୟନ ପିଛା ପରୀକ୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଜି 8,555.25ରେ ପହଞ୍ଚିଛି ।
ଦେଶରେ ପରୀକ୍ଷାଗାର ସଂଖ୍ୟା ପୁଣି ବୃଦ୍ଧି ପାଇଁ 1200 ଛୁଇଞ୍ଚି, ସେଥିମଧ୍ୟରୁ ସରକାରୀ ଭାବେ 852ଟି ଥିବା ବେଳେ ଘରୟ ଭାବେ 348ଟି ରହିଛି ।
ସରକାରୀ ଏବଂ ବେସରକାରୀ ଭାବେ 850 ଏବଂ 344ଟି ରହିଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(Release ID: 1638389)
Visitor Counter : 237
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam