ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଆସନ୍ତାକାଲି ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ

Posted On: 13 JUL 2020 3:23PM by PIB Bhubaneshwar

ଦେଶରେ ତୃଣମୂଳସ୍ତରୀୟ କ୍ରୀଡ଼ାର ବିକାଶ, ନେହରୁ ଯୁବ କେନ୍ଦ୍ର ଏବଂ ଏନଏସଏସର କାର୍ଯ୍ୟକଳାପ ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆସନ୍ତାକାଲିଠାରୁ ଦୁଇଦିନ ଧରି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ

ଏ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଦେଶ ବର୍ତ୍ତମାନ ଅନଲକର ଦ୍ଵିତୀୟ ପର୍ଯ୍ୟାୟରେ ଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ସମ୍ପର୍କରେ ଆଲୋଚନା ହେବା ଅପରିହାର୍ଯ୍ୟ । ଏହି ସମୟରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆକାଂକ୍ଷିତ ଲକ୍ଷ୍ୟ ହାସଲ ପାଇଁ ପ୍ରାୟାସ କରୁଛିବାହାରେ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିଲେ ମଧ୍ୟ ପ୍ରତ୍ୟେକ ସ୍ତରର କ୍ରୀଡାବିତ ଓ କୋଚମାନଙ୍କ ପାଇଁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ସେହିପରି ଆମ ନେହରୁ ଯୁବକେନ୍ଦ୍ର ଓ ଏନଏସଏସର ସ୍ଵେଚ୍ଛାସେବୀମାନେ ଜିଲ୍ଲା ପ୍ରଶାସନ ସହ ମିଶି କରୋନା ମୁକାବିଲା କ୍ଷେତ୍ରରେ ସହାୟତା କରୁଛନ୍ତି ପ୍ରାୟ 75 ଲକ୍ଷ୍ୟ ସ୍ଵେଚ୍ଛାସେବୀ ମାସ୍କ ବିତରଣ, ବୟସ୍କମାନଙ୍କୁ ସାହାଯ୍ୟ ସହ କରୋନା ସଂକ୍ରମଣ ରୋକିବା ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି ।   

ବୈଠକରେ କରୋନା ସମ୍ପର୍କରେ ସଚେତନତା ସହ ରାଜ୍ୟସ୍ତରରେ କ୍ରୀଡ଼ାର ବିକାଶ ନେଇ ଆଲୋଚନା କରାଯିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ଓ ବ୍ଲକସ୍ତରରୁ କିଭଳି କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଅଣାଯିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ଏହାଛଡା ଚଳିତ ବର୍ଷ ଶେଷ ଓ ନୂତନ ବର୍ଷର ଆରମ୍ଭରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହେବ

2028 ଅଲିମ୍ପିକରେ ବିଶ୍ଵର ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ଆସିବା ପାଇଁ ଥିବା ଆମର ସ୍ଵପ୍ନକୁ ସାକାର କରିବାକୁ ହେଲେ ତୃଣମୂଳସ୍ତରରେ ଆମର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବ । କ୍ରୀଡା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର (କେଆଇଏସସିଇ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲା ସ୍ତରରେ 1000ଟି ଖେଲୋ ଇଣ୍ଡିଆ (କେଆଇସି) କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଅଲିମ୍ପିକରେ ଖେଳା ଯାଉଥିବା 14ଟି କ୍ରୀଡା ଓ ପାରମ୍ପରିକ ଖେଳ ପାଇଁ ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରତିଭା ଚିହ୍ନଟ ହେବ । ଏହାଛଡା ସରକାର ନିର୍ଣ୍ଣୟ ନେଇଥିବା ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା ନୀତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟଗୁଡିକ ସହିତ ଆଲୋଚନା କରାଯାଇ ଭାରତକୁ କିପରି କ୍ରୀଡା ଜଗତରେ ମହାଶକ୍ତି କରାଯିବ ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି ।

ଏହି ଦୁଇଦିନିଆ ସମ୍ମିଳନୀ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯେଉଁ ରାଜ୍ୟ ଯେଉଁ ଦିନ ଅଂଶଗ୍ରହଣ କରିବାକୁ ଥିବ ସେମାନେ ସେହିଦିନ ବକ୍ତବ୍ୟ ରଖିବେ ।

 

**********

 



(Release ID: 1638337) Visitor Counter : 173