ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମହାମାରୀ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 11 JUL 2020 1:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ-19 ସ୍ଥିତିର ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସଦସ୍ୟ, ନୀତି ଆୟୋଗ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

ଦେଶର ବିଭିନ୍ନ ଭାଗର ପରିସ୍ଥିତି ଏବଂ ରାଜ୍ୟଗୁଡିକର ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳାକୁ ଦୃଢ ଭାବେ ପାଳନ କରିବାକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କୋଭିଡ ଉପରେ ବ୍ୟାପକ ସଚେତନତା ଏବଂ ସଂକ୍ରମଣର ବୃଦ୍ଧିକୁ ରୋକିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ ସେ ଆହୁରି କହିଥିଲେ ଯେ, ଏ ବାବଦରେ କୌଣସି ପ୍ରକାରର ଢିଲାପଣକୁ ପରିତ୍ୟାଗ କରିବା ଆବଶ୍ୟକ

ଦିଲ୍ଲୀ ମହାମାରୀ ପରିସ୍ଥିତିରେ ସୁଧାର ଆଣିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ସମଗ୍ର ଏନସିଆର ଅଞ୍ଚଳରେ କୋଭିଡ-19 ମହାମାରୀକୁ ପ୍ରତିହତ କରିବା ଦିଗରେ ଅନ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ 

ଏହି ଅବସରରେ ଅହମ୍ମଦାବାଦରେ ଧନ୍ଵନ୍ତରୀ ରଥମାଧ୍ୟମରେ ନିରୀକ୍ଷଣ ଏବଂ ଗୃହ ଭିତ୍ତିକ ଯତ୍ନର ସଫଳତା ବିଷୟରେ ଚର୍ଚ୍ଚା କରାଯାଇଥିଲା ଏବଂ ଏହାକୁ ଅନ୍ୟ ସ୍ଥାନରେ ଅନୁକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଉଚ୍ଚ ସଂକ୍ରମଣ ହାର ଥିବା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରର ନିରୀକ୍ଷଣ ଏବଂ ମାର୍ଗଦର୍ଶନ ସହାୟତା ଉପଲବ୍ଧ କରାଇବା ଉଚିତ

 

**********

 


(ରିଲିଜ ଆଡି: 1638048) ପରିଦର୍ଶକ କାଉଣ୍ଟର : 294