ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଦେଶରେ ବତୀଘର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ: ମନସୁଖ ମାଣ୍ଡଭିୟ

Posted On: 07 JUL 2020 12:55PM by PIB Bhubaneshwar

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆଜି (07.07.2020) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଦେଶରେ ଥିବା 194ଟି ବତୀଘର ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଛି ଏହା ଫଳରେ ବତୀଘର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଜନସାଧାରଣ ବତୀଘର ସହ ସଂଶ୍ଳିଷ୍ଟ ଐତିହାସିକ ଭିତ୍ତିଭୂମି ସମ୍ପର୍କରେ ଜାଣିବାକୁ ପାଇବେ ।

ଏଥିରେ ଉପସ୍ଥିତ ଭିବାଗୀୟ ଅଧିକାରୀମାନେ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବାକୁ ଥିବା ବତୀଘରଗୁଡିକର କାର୍ଯ୍ୟାନ୍ଵୟନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ 100 ବର୍ଷରୁ ଅଧିକ  ପୁରୁଣା ବତୀଘରଗୁଡିକୁ ଚିହ୍ନଟ କରିବା ପାଇଁ ପରାମର୍ଶ ଦେଇଥିଲେ ସେ ବତୀଘରଗୁଡିକର ଇତିହାସ ଓ ସେଗୁଡିକର ପରିଚାଳନା ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡିକୁ ବତୀଘର ମଧ୍ୟରେ ଏକ ସଂଗ୍ରହାଳୟ ଜରିଆରେ ପ୍ରଦର୍ଶନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବତୀଘରଗୁଡିକର ମାଷ୍ଟର ପ୍ଳାନ ଅନୁସାରେ ସଂଗ୍ରହାଳୟ, ଜଳଜୀବଶାଳା, ଶିଶୁ ଉଦ୍ୟାନ, ସନ୍ତରଣାଗାର ଓ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ ।

ଆଲୋଚନା କାଳରେ ଶ୍ରୀ ମାଣ୍ଡଭିୟ ଗୁଜୁରାଟର ଗୋପନାଥ, ଦ୍ୱାରକା ଓ ଭେରାଭାଲ ବତୀଘରରେ ପର୍ଯ୍ୟଟନର ବିକାଶ  ସମ୍ପର୍କରେ ଅବଗତ ହୋଇଥିଲେ

ଯଥାଶୀଘ୍ର ପ୍ରକଳ୍ପ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୈଠକରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଓ ମହାନିର୍ଦ୍ଦେଶକ, ବତୀଘର ମହାନିର୍ଦ୍ଦେଶକ ଓ ଏହାର ବିକାଶରେ ଅଂଶୀଦାର ହେବାକୁଥିବା ସଂସ୍ଥାମାନେ ଯୋଗଦେଇଥିଲେ

 

**********



(Release ID: 1637034) Visitor Counter : 215