ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଏକ କୋଟି ଅତିକ୍ରମ କଲା କୋଭିଡ ପରୀକ୍ଷା ସଂଖ୍ୟା

• ସମୁଦାୟ ପରୀକ୍ଷାଗାର ସଂଖ୍ୟା 1100 ଡେଇଁଲା
• ସୁସ୍ଥଙ୍କ ସଂଖ୍ୟା 4.24 ଲକ୍ଷରୁ ଅଧିକ
• ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟଙ୍କ ସଂଖ୍ୟା 1.7 ଲକ୍ଷ ଅଧିକ
• ଜାତୀୟ ଆରୋଗ୍ୟ ହାର ଶତକଡା 60.86କୁ ବୃଦ୍ଧି

Posted On: 06 JUL 2020 6:01PM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ ପରୀକ୍ଷଣ ସଂଖ୍ୟା 10 ମିଲିୟନ (1 କୋଟି) ମାଇଲଖୁଣ୍ଟ ଅତିକ୍ରମ କରିଛି

ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ  “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି । 

ଗତ 24 ଘଣ୍ଟା ମଧ୍ୟରେ 3,46,459 ନମୁନା ପରୀକ୍ଷା କରାଯାଇଛି ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 1,01,35,525

ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି ଆଜି ପର୍ଯ୍ୟନ୍ତ, 1105ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି ସରକାରୀ ଭାବେ 788ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ 317ଟି ରହିଛି

  • Real-Time RT PCR based testing labs: 592 (Govt: 368 + Private: 224)
  • TrueNat based testing labs: 421 (Govt: 387 + Private: 34)
  • CBNAAT based testing labs: 92 (Govt: 33 + Private: 59)

ଭାରତ ସରକାରଙ୍କ ଦ୍ଵାରା କୋଭିଡ-19ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ଆଜିସୁଦ୍ଧା 4,24,432କୁ ବୃଦ୍ଧି ପାଇଛି ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 15,350 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ସକ୍ରିୟ ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା 1,71,145 ଅଧିକ ଏହା ଜାତୀୟ ଆରୋଗ୍ୟ ହାରକୁ 60.86%ରେ ପହଞ୍ଚାଇଛି

ବର୍ତ୍ତମାନ 2,53,287 ସକ୍ରିୟ ମାମଲା ରହିଥିବା ବେଳେ ସମସ୍ତେ ଡାକ୍ତରୀ ତତ୍ଵାବଧାନରେ  ଅଛନ୍ତି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 



(Release ID: 1636871) Visitor Counter : 230